www.samajalive.in
Sunday, December 7, 2025
16.1 C
Bhubaneswar

ଆମଦାନୀ ନିର୍ଭରଶୀଳତା ହ୍ରାସ କରିବା ଉପରେ ଗୁରୁତ୍ୱାରୋପ

ନୂଆଦିଲ୍ଲୀ: ତୈଳ ଏବଂ ପ୍ରାକୃତିକ ବାଷ୍ପ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକର ଗବେଷଣା ଏବଂ ବିକାଶ କେନ୍ଦ୍ର ମଧ୍ୟରେ ସମନ୍ୱୟ ରକ୍ଷା କରିବା, ଟିକସ ବ୍ୟବସ୍ତା ଏବଂ ତୈଳ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ରାୟତଗୁଡ଼ିକୁ ଜିଏସଟିରୁ ଲାଭ ଭଳି ପ୍ରସଙ୍ଗର ଅନୁଧ୍ୟାନ ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଉଚ୍ଚସ୍ତରୀୟ କମିଟି ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ରିପୋର୍ଟ ଦାଖଲ କରିଛି। ବିଶିଷ୍ଟ ବୈଜ୍ଞାନିକ ଡ. ଅନିଲ କାକୋଦକର ଏବଂ ଆର୍ଥିକ ଓ ଟିକସ ବିଶେଷଜ୍ଞ ସିଦ୍ଧାର୍ଥ ପ୍ରଧାନଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି ତୈଳ ସେବା ଏବଂ ସାରା ବିଶ୍ୱର ତୈଳ ଓ ପ୍ରାକୃତିକ ବାଷ୍ପ କ୍ଷେତ୍ରକୁ ଯୋଗ୍ୟ ମାନବ ସମ୍ବଳ ଯୋଗାଣର ଆବଶ୍ୟକତା ଏବଂ ସମ୍ଭାବନାକୁ ବିକଶିତ କରିବା ଦିଗରେ କାର୍ଯ୍ୟ କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ରେ ଭାରତ ୨୦୪.୯୨ ମେଟ୍ରିକ ଟନ୍‍ ପେଟ୍ରୋଲିୟମ ଉତ୍ପାଦ ଏବଂ ୫୮.୬୪ ବିସିଏମ ପ୍ରାକୃତିକ ବାଷ୍ପ ଉପଯୋଗ କରିଥିବା ବେଳେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ବାଷ୍ପର ଆମଦାନୀ ୮୨.୫୯% ଏବଂ ୪୫.୮୯% ରହିଥିଲା। ଯାହା ଆଗାମୀ ଦିନରେ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ତେଣୁ ଇନ୍ଧନ ସୁରକ୍ଷା ଭାରତ ପାଇଁ ଏକ ନିରନ୍ତର ଆବଶ୍ୟକତା।

- Advertisement -

କମିଟି ଦାଖଲ କରିଥିବା ରିପୋର୍ଟରେ କେତେକ ସ୍ୱଳ୍ପ, ମଧ୍ୟମ ଏବଂ ଦୀର୍ଘ ଅବଧିର ରଣନୀତି ସମ୍ପର୍କରେ ସୁପାରିସ କରିଛି। ବିଶେଷ କରି ଦେଶର ଆମଦାନୀ ନିର୍ଭରଶୀଳତାକୁ ହ୍ରାସ କରିବାର ରଣନୀତିକୁ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories