www.samajalive.in
Saturday, December 6, 2025
17.1 C
Bhubaneswar

ରାଜ୍ୟପାଳଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ; ପୁଲିସ, ମନ୍ତ୍ରୀଙ୍କୁ ରାଜଭବନ ମନା

କଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କ ବିରୋଧରେ ଜଣେ ମହିଳା ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇପଡ଼ିଛି। ଏହି ପ୍ରସଙ୍ଗକୁ ନେଇ ବିଜେପି ଏବଂ ତୃଣମୂଳ କଂଗ୍ରେସ (ଟିଏମସି) ମୁହାଁମୁହିଁ ହୋଇଥିବାବେଳେ ରାଜ୍ୟପାଳଙ୍କ ପକ୍ଷରୁ ଏକ ଆଦେଶନାମା ପ୍ରକାଶ ପାଇଛି। ଆଦେଶନାମାରେ ରାଜ୍ୟ ପୁଲିସ ଏବଂ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟଙ୍କୁ ରାଜଭବନରେ ପ୍ରବେଶ କରିବାକୁ ବାରଣ କରାଯାଇଛି। ମନ୍ତ୍ରୀ ଚନ୍ଦ୍ରିକା ଭଟ୍ଟାଚାର୍ଯ୍ୟ ରାଜ୍ୟପାଳଙ୍କ ବିରୋଧରେ ଅରୁଚିକର ମନ୍ତବ୍ୟ ଦେଇଥିବାରୁ ତାଙ୍କୁ କଲକାତା, ଦାର୍ଜିଲିଂ ଏବଂ ବାରାକପୁରରେ ଥିବା ରାଜଭବନରେ ପ୍ରବେଶ ନିଷେଦ୍ଧ କରାଯାଇଥିବା ଆଦେଶରେ କୁହାଯାଇଛି।
ସୂଚନାଯୋଗ୍ୟ, ରାଜ୍ୟପାଳଙ୍କ ବିରୋଧରେ ରାଜଭବନର ଜଣେ ମହିଳା କର୍ମଚାରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିବା ପରେ ମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି ଦୃଢ଼ ନିନ୍ଦା କରିଥିଲେ।
ରାଜଭବନରୁ ଜାରି ହୋଇଥିବା ବିବୃତିରେ ରାଜ୍ୟପାଳ କହିଛନ୍ତି ଯେ, ଏପରି ପରିକଳ୍ପିତ ଅଭିଯୋଗର କୌଣସି ସତ୍ୟତା ନାହିଁ। ମୋତେ ବଦନାମ କରି ଯଦି କେହି ନିର୍ବାଚନୀ ଫାଇଦା ଉଠାଇବାକୁ ଚାହୁଁଛନ୍ତି, ତେବେ ଭଗବାନ ସେମାନଙ୍କର ମଙ୍ଗଳ କରନ୍ତୁ। କିନ୍ତୁ ପଶ୍ଚିମବଙ୍ଗରେ ଚାଲିଥିବା ହିଂସା ଏବଂ ଦୁର୍ନୀତି ବିରୋଧରେ ମୋ ଲଢ଼େଇକୁ ସେମାନେ ବନ୍ଦ କରିପାରିବେନି।
ଅନ୍ୟପଟେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗରେ ରାଲି କରିବାର କାର୍ଯ୍ୟକ୍ରମ ଥିବାରୁ ଏହାକୁ ଭଣ୍ଡୁର କରିବା ପାଇଁ ଟିଏମ୍‌‌ସି ଏପରି ଷଡ଼ଯନ୍ତ୍ର କରିଛି ବୋଲି ବିଜେପି ଅଭିଯୋଗ କରିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories