www.samajalive.in
Friday, December 5, 2025
20.1 C
Bhubaneswar

ଶତ୍ରୁତା ସତ୍ୱେ ଭାଇଚାରାରେ ବାନ୍ଧିହୋଇଛନ୍ତି ଆମେରିକା-ଋଷ ସୈନ୍ୟ

ଡେସ୍କ: ଆମେରିକା ଏବଂ ଋଷ ପରସ୍ପରର ଶତ୍ରୁ ରାଷ୍ଟ୍ର ବୋଲି କାହାକୁ ଅଛପା ନାହିଁ। ୟୁକ୍ରେନ ଯୁଦ୍ଧ ପରଠାରୁ ଏହି ଦୁଇ ଦେଶ ମଧ୍ୟରେ ତିକ୍ତତା ପ୍ରବଳ ମାତ୍ରାରେ ବୃଦ୍ଧି ପାଇଛି। ରୁଷ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ କରାଯିବା ପରେ ଆମେରିକା ଏହାର ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ରାଷ୍ଟ୍ର ଋଷ ଉପରେ ଏକାଧିକ ପ୍ରତିବନ୍ଧକ ଲଗାଇଛି। ଅନେକ ଥର ଉଭୟ ଦେଶ ମଧ୍ୟରେ ମୁହାଁମୁହିଁ ସ୍ଥିତି ମଧ୍ୟ ଉପୁଜିଛି। କିନ୍ତୁ ଏହାରି ଭିତରେ ଏକ ଭିନ୍ନ ଭାଇଚାରା ଦୃଶ୍ୟ ଦେଖିବାକୁ ମିଳିଛି ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ। ଗୋଟିଏ ଦେଶରେ ଗୋଟିଏ ସେନା ଘାଟିରେ ଏକାଠି ରହି ନିଜ ନିଜ କାମ କରୁଛନ୍ତି ଆମେରିକା ଏବଂ ଋଷର ସୈନ୍ୟମାନେ।
ଏହି ଦୁଇ ଦେଶର ସୈନ୍ୟ ଯେଉଁଠାରେ ଏକାଠି ରହି କାର୍ଯ୍ୟ କରୁଛନ୍ତି ତାହା ହେଉଛି ଆଫ୍ରିକୀୟ ଦେଶ ନାଇଜର। ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକା ଏବଂ ଋଷ ସୈନ୍ୟ ଅନେକ ସପ୍ତାହ ଧରି ନାଇଜରର ଏୟାରବେସ୍‌‌ ୧୦୧ରେ ରହିଆସୁଛନ୍ତି। ଦୀର୍ଘ ଦିନ ଧରି ଏକାଠି କାମ କରୁଥିବାରୁ ଦୁଇ ଦେଶର ସୈନ୍ୟଙ୍କ ମଧ୍ୟରେ ଭାଇଚାରା ବୃଦ୍ଧି ପାଇଛି।
୨୦୨୩ରେ ନାଇଜରରେ ସରକାର ବଦଳିଥିଲା। ନାଇଜରର ସେନା ଜୁଣ୍ଟା କ୍ଷମତାକୁ ଆସିଥିଲା। ଏହା ପରଠାରୁ ନୂଆ ସରକାର ଆମେରିକୀୟ ସୈନ୍ୟଙ୍କୁ ଦେଶରୁ ବାହାର କରିବାକୁ ଉଦ୍ୟମ ଚଳାଇଛି। ୨୦୧୪ରେ ଆମେରିକା ଏବଂ ନାଇଜର ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ, ଆମେରିକୀୟ ସେନା ଏବଂ ସରକାରୀ କର୍ମଚାରୀ ନାଇଜରରେ ମୁତୟନ ହୋଇପାରିବେ। ବର୍ତ୍ତମାନ କ୍ଷମତା ପରିବର୍ତ୍ତନ ହେବା ପରେ ଉକ୍ତ ବୁଝାମଣାକୁ ନାଇଜରର ନୂଆ ସରକାର ପ୍ରତ୍ୟାହାର କରିନେଇଛି। ସରାକର ବଦଳିବା ପରେ ଆମେରିକୀୟ ସୈନ୍ୟଙ୍କୁ ବିରୋଧ କରାଯିବା ସହିତ ଦେଶ ଛାଡ଼ି ଚାଲିଯିବାକୁ କୁହାଯାଇଛି।
ଅନ୍ୟପଟେ ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ନାଇଜର ସହିତ ସୈନ୍ୟ ସହଯୋଗ ବୃଦ୍ଧି କରିବା ନେଇ ଗତ ଜାନୁୟାରୀରେ ଘୋଷଣା କରିଥିଲା। ଫଳରେ ନାଇଜର ସେନାଙ୍କୁ ପ୍ରଶିକ୍ଷଣ ଦେବା ଲାଗି ଋଷ ଏହାର ୧୦୦ ଜଣ ପ୍ରଶିକ୍ଷିତ ସୈନ୍ୟଙ୍କୁ ପଠାଇବାକୁ ଘୋଷଣା କରିଥିଲା। ଏହା ପରେ ଋଷ ସୈନ୍ୟ ନାଇଜରରେ ରହୁଛନ୍ତି। ପୂର୍ବରୁ ଆମେରିକୀୟ ସୈନ୍ୟ ୧୦୧ ଏୟାରବେସ୍‌‌ରେ ରହୁଥିଲାବେଳେ ଏବେ ସେଠାରେ ଋଷ ସୈନ୍ୟ ବି ରହୁଛନ୍ତି।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories