ନୟାଗଡ଼ : ନୟାଗଡ଼ କନଡ଼ି ଗାଁରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ଗାଁକୁ ଆମ୍ବୁଲାନ୍ସ ନଯାଇପାରିବାରୁ ଜଣେ ପ୍ରସୂତିଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସକୁ ଅଣାଯାଇଥିଲା। ଫଳରେ ବିଳମ୍ବ ହେବା କାରଣରୁ ଆମ୍ବୁଲାନ୍ସରେ ମହିଳାଜଣକଙ୍କର ପ୍ରସବ ହୋଇଥିଲା। ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ପ୍ରସବ ପରେ ମହିଳାଙ୍କୁ ଦଶପଲ୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Popular Categories



