www.samajalive.in
Tuesday, December 9, 2025
16.1 C
Bhubaneswar

ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର

କଳାପଥର (ବାଙ୍କୀ): ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଧଳାପଥର ଫାଣ୍ଡି ଅଧିନସ୍ଥ କୋଦୁଅବେରେଣୀ ଗ୍ରାମରୁ ନିଖୋଜ ଛାତ୍ରର ମୃତଦେହ ଉଦ୍ଧାର ହୋଇଛି। ସେହି ଗ୍ରାମର ରବିନ୍ଦ୍ର ମହାପାତ୍ରଙ୍କ ଦଶମ ଶ୍ରେଣୀରେ ପାଠ ପଢୁଥିବା ପୁଅ ବିଶ୍ୱଜିତ ମହାପାତ୍ର (ମୁନା)(୧୫) ଗତ ୭ତାରିଖ ଠାରୁ ନିଖୋଜ ହୋଇଥିବାବେଳେ ସୋମବାର କୋଦୁଅବେରେଣୀ – ଭାପୁର ବାଇପାସ ରାସ୍ତାର ଏକ କାଜୁ ବଗିଚାରୁ ମୃତଦେହ ମିଳିବାପରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ୟକ୍ତ ଗ୍ରାମବାସୀମାନେ ଘଟଣାର ତଦନ୍ତ ଦାବୀ କରିବା ସହିତ ହତ୍ୟାକାରୀକୁ ତୁରନ୍ତ ଗିରଫ କରିବା ଦାବୀରେ ବାଘମାରୀ-କଳାପଥର ରାଜ୍ୟ ରାଜପଥକୁ ଦୀର୍ଘ ୫ଘଣ୍ଟା ଧରି ଅବରୋଧ କରିଥିଲେ। ଫଳରେ ଉଭୟ ପଟୁ ଶତାଧିକ ଯାନ ବାହାନ ଯିବା ଆସିବାରେ ବ୍ୟାଘାତ ସୃଷ୍ଟି ହୋଇଥିଲା।

ଘଟଣାରୁ ପ୍ରକାଶ ଯେ, କୋଦୁଅବେରେଣୀ ଗ୍ରାମର ରବିନ୍ଦ୍ର ମହାପାତ୍ରଙ୍କ ସାନ ପୁଅ ବିଶ୍ୱଜିତ ମେ ୭ ତାରିଖ ସକାଳୁ ସେ ଗାଁରୁ ନିଖୋଜ ହେବା ପରେ ତାଙ୍କ ମାଆ ଶାନ୍ତିଲତା ମହାପାତ୍ର ଧଳାପଥର ଫାଣ୍ଡିରେ ଏକ ଲିଖିତ ଏତଲା ଦେଇଥିଲେ। ବହୁତ ଖୋଜ ଖୋଜି ପରେ ସୋମବାର ସକାଳେ କିଛି ଗ୍ରାମବାସୀ କୋଦୁଅ ବେରେଣୀ ବାଇପାସ୍‍ ରାସ୍ତାରେ ଥିବା କାଜୁ ଜଙ୍ଗଲକୁ ଶୈାଚ ପାଇଁ ଯାଇଥିବାବେଳେ ଜଣେ ବାଳକର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ। ମୃତଦେହ ପଚି ପୋକ ଶାଲୁବାଲୁ ସହ ଦୁର୍ଗନ୍ଧ ହେଉଥିଲା। ନିକଟ ଗଛରେ ଏକ ଗାମୁଛା ଝୁଲୁଥିବାରୁ ଏହା ସଂଘବଦ୍ଧ ହତ୍ୟା ବୋଲି ଅନୁମାନ କରାଯାଉଛି। ଏହି ଖବର ପ୍ରସାରିତ ହେବା ପରେ ଅଞ୍ଚଳର ବହୁ ଲୋକ ସମାଗମ ହୋଇ ଶବ ଚିହ୍ନଟ କରିଥିଲେ। ପରେ ଉତ୍ତ୍ୟକ୍ତ ଗ୍ରାମବାସୀମାନେ ପୁଲିସ୍‍ର ନିଷ୍କ୍ରୀୟତା ଓ ହତ୍ୟାକାରୀକୁ ତୁତନ୍ତ ଗିରଫ ଦାବୀ କରି ବାଘମାରି-କଳାପଥର ରାସ୍ତାକୁ କୋଦୁଅବେରେଣୀଠାରେ ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିଥିଲେ। ଖବରପାଇ ଖୋର୍ଦ୍ଧା ଏ.ସ.ପି ଅମୁଲ୍ୟ ଦାସ, ବେଗୁନିଆ ଥାନା ଅଧିକାରୀ ରଶ୍ମୀ ରଞ୍ଜନ ସାହୁ, ସାଇଣ୍ଟିଫିକ୍‍ ଟିମ.ବୋଲଗଡ ତହସିଲଦାରଙ୍କ ସହ ଘଟଣା ସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା କରିଥିଲେ ମଧ୍ୟ ସେମାନେ ରାସ୍ତା ଅବରୋଧରୁ ହଟିନଥିଲେ। ପରେ ସଂନ୍ଧାନୀ କୁକୁର ଅଣାଯାଇ ତଦନ୍ତ ଚାଲୁ ରହିଥିବା ଜଣାପଡ଼ିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories