www.samajalive.in
Monday, December 15, 2025
16.1 C
Bhubaneswar

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ବଦ୍ରିନାଥଙ୍କ ଦ୍ବାର, ଅଖଣ୍ଡ ଜ୍ୟୋତି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବଦ୍ରିନାଥ: ବ୍ରାହ୍ମ ମୁହୂର୍ତ୍ତ ଏବଂ ମେଷ ଲଗ୍ନରେ ଶୁକ୍ରବାର ଭୋର ସାଢ଼େ ୪ଟାରେ ଶ୍ରଦ୍ଧାଳୁଙ୍କ ପାଇଁ ଉତ୍ତରାଖଣ୍ଡର ବଦ୍ରିନାଥ ଧାମ ଦ୍ବାର ଖୋଲିଛି। ଦ୍ବାର ଖୋଲିବା ପରେ ଏଠାରେ ୬ମାସ ଧରି ଜଳୁଥିବା ଅଖଣ୍ଡ ଜ୍ୟୋତିକୁ ଦର୍ଶନ କରିବା ଲାଗି ଦେଶ ବିଦେଶରୁ ତୀର୍ଥଯାତ୍ରୀଙ୍କ ସୁଅ ଛୁଟିବା ଆରମ୍ଭ ହୋଇଛି। ଏହି ଅବସରରେ ଉତ୍ତରାଖଣ୍ଡ ରାଜ୍ୟପାଳ ବେବୀ ରାନୀ ମୌର୍ଯ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଧାମରେ ଉପସ୍ଥିତ ରହିଥିଲେ।

ଦ୍ବାର ଖୋଲିବା ପରେ ମନ୍ଦିରର ମୁଖ୍ୟ ପୂଜାରୀ ଈଶ୍ଵରୀ ପ୍ରସାଦ ନମ୍ବୁଦରୀଙ୍କ ଦ୍ବାରା ଭଗବାନଙ୍କ ଉପରୁ କମ୍ବଳ କଢ଼ାଯାଇଥିଲା। ଏହା ପରେ ମାତା ଲକ୍ଷ୍ମୀଙ୍କ ମୂର୍ତ୍ତିକୁ ବଦ୍ରିନାଥ ମନ୍ଦିରର ଗର୍ଭ ଗୃହରୁ ବାହାର କରାଯାଇ ମନ୍ଦିର ପରିସରସ୍ଥ ଲକ୍ଷ୍ମୀ ମନ୍ଦିରରେ ବିରାଜମାନ କରାଯାଇଥିଲା।

- Advertisement -

ଦ୍ବାର ଖୋଲିବା ପୂର୍ବରୁ ଗତ ଗୁରୁବାର ପାଣ୍ଡୁକେଶ୍ଵରର ଯୋଗଧ୍ୟାନ ମନ୍ଦିରରୁ ବଦ୍ରିନାଥ ମନ୍ଦିରର ମୁଖ୍ୟ ପୂଜାରୀଙ୍କ ସମେତ ପୂଜାରୀ ଶଙ୍କରନ ନମ୍ବୁଦରୀ, ଧର୍ମ ଅଧିକାରୀ ଭୁବନ ଚନ୍ଦ୍ର ଅନିୟାଲ ଏବଂ ମନ୍ଦିରର ବେଦପାଠୀ ଆଚାର୍ଯ୍ୟ ଓ ବ୍ରାହ୍ମଣମାନଙ୍କ ନେତୃତ୍ଵରେ ଭଗବାନ ଉଦ୍ଧବ ଏବଂ କୁବେରଙ୍କ ଦୋଳି, ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ଗଦି ଏବଂ ତେଲ କଳସ ଯାତ୍ରା ବାହାରି ଅପରାହ୍ନ ବେଳକୁ ବଦ୍ରିନାଥ ମନ୍ଦିରରେ ପହଞ୍ଚିଥିଲା। ଏହାପରେ ଅନ୍ୟାନ୍ୟ ରୀତି ନୀତି ଅନୁଷ୍ଠିତ ହୋଇଥିଲା।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories