www.samajalive.in
Sunday, December 14, 2025
23.1 C
Bhubaneswar

ରାଜଧାନୀ, ଦୁରନ୍ତୋ, ଶତାବ୍ଦୀ ଏକ୍ସପ୍ରେସରେ ମହିଳା ଓ ଦିବ୍ୟାଙ୍ଗଙ୍କ ପାଇଁ ରହିବ ସ୍ବତନ୍ତ୍ର ବଗି

ନୂଆଦିଲ୍ଲୀ: ରାଜଧାନୀ, ଦୂରନ୍ତୋ ଏବଂ ରାଜଧାନୀ ଏକ୍ସପ୍ରେସ ଭଳି ପ୍ରିମିୟମ ଟ୍ରେନଗୁଡ଼ିକରେ ମହିଳା ଏବଂ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବଗି ସଂରକ୍ଷିତ ରଖାଯିବ। ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା କରାଯିବ​‌ ବୋଲି ରେଲୱେ ପକ୍ଷରୁ ସୂଚନା ମିଳିଛି। ଏହି ଏକ୍ସପ୍ରେସ ଟ୍ରେନଗୁଡ଼ିକରେ ବର୍ତ୍ତମାନ ୨ଟି ଲେଖାଏ ପାୱାର କୋଚ୍‌ ରହିଛି। ସେଥିରୁ ଗୋଟିଏ ପାୱାର କୋଚ୍‌ କଢ଼ାଯାଇ ତା ସ୍ଥାନରେ ମହିଳା ଏବଂ ଭିନ୍ନକ୍ଷମଙ୍କ ପାଇଁ ସ୍ବତନ୍ତ୍ର ବଗି କରାଯିବ। ସେହିପରି ଅନ୍ୟ ପାୱାର କୋଚ୍‌ଟିକୁ ପ୍ରତ୍ୟାହାର କରାଯାଇ ତା’ ସ୍ଥାନରେ ଏକ ଉନ୍ନତ ପାୱାର କୋଚ୍‌ ଲଗାଇବାକୁ ରେଲୱେ କର୍ତ୍ତୃପକ୍ଷ ଯୋଜନା କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଏସବୁ ଟ୍ରେନରେ ଥିବା ୨ଟି ଲେଖାଏ ପାୱାର କୋଚ୍‌ ସମ୍ପୂର୍ଣ୍ଣ ଟ୍ରେନକୁ ବିଦ୍ୟୁତ୍‌ ଯୋଗାଉଛି। ଉନ୍ନତ ପାୱାର କୋଚ୍‌ ଲଗାଯିବା ପରେ ୨ଟି ବଦଳରେ କେବଳ ଗୋଟିଏ ପାୱାର କୋଚ୍‌ ସମ୍ପୂର୍ଣ୍ଣ ଟ୍ରେନକୁ ବିଦ୍ୟୁତ ଯୋଗାଇବାରେ ଯଥେଷ୍ଟ ହେବ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories