www.samajalive.in
Sunday, December 14, 2025
16.1 C
Bhubaneswar

ରାଜୀବ ଗାନ୍ଧୀଙ୍କ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ହୋଇ ନ ଥିଲା ଆଇଏନଏସ ବିରାଟ: ପୂର୍ବତନ ନୌସେନା ମୁଖ୍ୟ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀ ନିଜର ବ୍ୟକ୍ତିଗତ କାର୍ଯ୍ୟରେ ନୌସେନା ଯୁଦ୍ଧ ଜାହାଜ ‘ଆଇଏନଏସ ବିରାଟ’କୁ ବ୍ୟବହାର କରିଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତବ୍ୟ ଦେବା ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ପ୍ରସଙ୍ଗରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଥିବାବେଳେ ମୋଦୀଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି ପୂର୍ବତନ ନୌସେନା ମୁଖ୍ୟ ଏଲ. ରାମଦାସ।

ଗତ ବୁଧବାର ନୂଆଦିଲ୍ଲୀରେ ମୋଦୀ ଏକ ନିର୍ବାଚନୀ ରାଲିରେ ଯୋଗଦେବା ଅବସରରେ କହିଥିଲେ ଯେ, ରାଜୀବ ଗାନ୍ଧୀ ଏବଂ ତାଙ୍କ ପତ୍ନୀ ସୋନିଆ ଗାନ୍ଧୀ ଯୁଦ୍ଧ ଜାହାଜ ଆଇଏନଏସ ବିରାଟକୁ ବ୍ୟକ୍ତିଗତ ଟ୍ୟାକ୍ସି ଭାବେ ବ୍ୟବହାର କରିବା ସହ ଛୁଟି କାଟିବାକୁ ଲାକ୍ଷାଦ୍ବୀପ ଯାଇଥିଲେ। ଜାହାଜରେ ରାଜୀବ ଗାନ୍ଧୀଙ୍କ ବିଦେଶୀ ବନ୍ଧୁ ତଥା ଶ୍ଵଶୁର ଘରର ସମ୍ପର୍କୀୟ ମଧ୍ୟ ଯାଇଥିଲେ। କିନ୍ତୁ ମୋଦୀଙ୍କ ଏହି ଦାବି ଠିକ୍‌ ନୁହେଁ ବୋଲି ରାମଦାସ କହିଛନ୍ତି।

- Advertisement -

ଏକ ପ୍ରେସ ବିବୃତିରେ ରାମଦାସ କହିଛନ୍ତି, ରାଜୀବଙ୍କ ସହିତ କୌଣସି ବିଦେଶୀ ଜାହାଜରେ ଯାଇ ନ ଥିଲେ। ଉକ୍ତ ଜାହାଜରେ କେବଳ ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଥିଲେ। ସେମାନେ ଥିରୁଭାନନ୍ତପୂରମରୁ ଜାହାଜରେ ଯାଇଥିଲେ, ଯେଉଁଠାରେ ରାଜୀବ ଗାନ୍ଧୀ ନ୍ୟାଶନାଲ ଗେମ୍ସର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ରାଜୀବ ଗାନ୍ଧୀ ଏକ ସରକାରୀ ବୈଠକରେ ଯୋଗଦେବା ଲାଗି ଜାହାଜରେ ଲାକ୍ଷାଦ୍ବୀପ ଯାଇଥିଲେ। ସେଠାରେ ଲାକ୍ଷାଦ୍ବୀପ ଉନ୍ନୟନ ଅଧିକାରୀଙ୍କ ସହ ବୈଠକ ଥିଲା। ସେ ନିଜେ ଉକ୍ତ ଯୁଦ୍ଧ ଜାହାଜରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ୍‌ ଚିଫ୍‌ ଭାବେ ଉପସ୍ଥିତ ଥିଲେ। ରାଜୀବ ଏବଂ ସୋନିଆ କୌଣସି ଛୁଟି କାଟିବାକୁ ଯାଇ ନ ଥିଲେ। ଏହି ଗସ୍ତ ବେଳେ ସେମାନେ କିଛି ସ୍ଥାନୀୟ ଅଧିକାରୀଙ୍କୁ ଭେଟିବାକୁ ଦ୍ବୀପର କେତେକ ସ୍ଥାନକୁ ଯାଇଥିଲେ। ଏଥିପାଇଁ ଏକ ହେଲିକପ୍ଟରର ବ୍ୟବସ୍ଥା ହୋଇଥିଲା। ରାହୁଲ ଗାନ୍ଧୀ ସେମାନଙ୍କ ସହିତ ନ ଥିଲେ।

ଗାନ୍ଧୀ ପରିବାର ନୌସେନା ସମ୍ପତ୍ତିକୁ ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର କରିଥିବା ନେଇ ମୋଦୀଙ୍କ ଦାବିକୁ ଖଣ୍ଡନ କରି ରାମଦାସ କହିଥିଲେ, ଶେଷ ଦିନରେ ରାଜୀବ ବାଙ୍ଗାରାମ ଗସ୍ତ କରିଥିଲେ। ତାଙ୍କ ସୁରକ୍ଷା ପାଇଁ କେତେଜଣ ନୌସେନା କର୍ମଚାରୀ ଯାଇଥିଲେ। କୌଣସି ଜାହାଜ ଗାନ୍ଧୀ ପରିବାରର ବ୍ୟକ୍ତିଗତ କାର୍ଯ୍ୟରେ ବ୍ୟବହାର ହୋଇ ନ ଥିଲା। ରାଜୀବ ଗାନ୍ଧୀ ଏବଂ ତାଙ୍କ ପତ୍ନୀଙ୍କ ଜରୁରିକାଳୀନ ମେଡିକାଲ କାର୍ଯ୍ୟ ପାଇଁ କେବଳ ଏକ ହେଲିକପ୍ଟର ବ୍ୟବହାର ହୋଇଥିଲା। ଏହି ଗସ୍ତ ସମୟରେ ତାଙ୍କର ଅନ୍ୟ ସହଯୋଗୀ ଅରୁଣ ପ୍ରକାଶ, ବିନୋଦ ପସ୍ରିଚା ଏବଂ ମଦନଜିତ ସିଂହ ମଧ୍ୟ ଜାହାଜରେ ଉପସ୍ଥିତ ଥିଲେ। ପସ୍ରିଚା ଜାହାଜର କ୍ୟାପଟେନ ଏବଂ କମାଣ୍ଡିଂ ଅଫିସର ଥିଲେ ବୋଲି ରାମଦାସ କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories