ଚତୁର୍ଥ ପର୍ଯ୍ୟାୟ ଭୋଟ୍ : ୬୬% ମତଦାନ

ଭୁବନେଶ୍ବର : ରାଜ୍ୟରେ ମୋଟାମୋଟି ଶାନ୍ତିପୂର୍ଣ୍ଣ ଭାବେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ମତଦାନ ହୋଇଛି । ଅପରାହ୍ନ ୫ଟା ସୁଦ୍ଧା ମୟୁରଭଞ୍ଜରେ ୬୬% ମତଦାନ ହୋଇଥିବା ଜଣାପଡିଛି। କାଁ ଭାଁ ବିଶୃଙ୍ଖଳାକୁ ବାଦ ଦେଲେ ମତଦାନ ସୁରୁଖୁରୁରେ ଚାଲିଛି।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀ ସୁରେନ୍ଦ୍ର କୁମାର ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଭଦ୍ରକରେ ୬୮%, ଯାଜପୁରରେ ୬୫%, କେନ୍ଦ୍ରାପଡାରେ ୬୫%, ଜଗତସିଂହପୁର ୬୪% ଏବଂ  ବାଲେଶ୍ବରରେ ୬୪ ପ୍ରତିଶତ ମତଦାନ ହୋଇଛି । ​ମତଦାନ ଶେଷ ହେବା ବେଳକୁ ଏହା ଆହୁରି ବୃଦ୍ଧି ପାଇବ ବୋଲି ଶ୍ରୀ କୁମାର କହିଛନ୍ତି।

prayash

ସେହିପରି ମତଦାନ ସମୟରେ ବେଆଇନ କାର୍ଯ୍ୟ  ପାଇଁ ୩ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀ କହିଛନ୍ତି।

ଅନ୍ୟ ପକ୍ଷରେ ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଦୃଷ୍ଟିରୁ ଇଭିଏମ୍ ଏବଂ ଭିଭିପାଟକୁ ସୁରକ୍ଷିତ କରି ରଖିବା ଉପରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକରୀ ଗୁରୁତ୍ବାରୋପ କରିଛନ୍ତି।

ରାଜ୍ୟରେ ସୋମବାର ୬ଟି ଲୋକସଭା ଆସନ ଏବଂ ଏହା ଅନ୍ତର୍ଗତ ୪୧ଟି ବିଧାନସଭା ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେଉଛି।

kalyan agarbati

Comments are closed.