ପୁଣି ଭାରତ ସରକାରଙ୍କ ବିରୋଧରେ ଅଭିଯୋଗ ଆଣିଲେ ଜାକିର ନାଏକ
ନୂଆଦିଲ୍ଲୀ : ବିବାଦୀୟ ଇସଲାମ ଧର୍ମଗୁରୁ ଜାକିର ନାଏକ ପୁଣି ଥରେ ଭାରତ ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଜାକିରଙ୍କ ବିରୋଧରେ ରେଡ କର୍ଣ୍ଣର ନୋଟିସ ଜାରି କରିବା ପାଇଁ ଭାରତ ସରକାର ଇଣ୍ଟରପୋଲ ଉପରେ ଚାପ ପକାଉଥିବା ସେ ଅଭିଯୋଗ କରିଛନ୍ତି। କିନ୍ତୁ ଇଣ୍ଟରପୋଲ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ସରକାରଙ୍କ ଆବେଦନକୁ ଖାରଜ କରୁଥିବା ସେ କହିଛନ୍ତି।
ସୂଚନାଯୋଗ୍ୟ ଯେ ୨୦୧୬ ମାସିହାରେ ଜାକିର ନାଏକଙ୍କ ଇସଲାମିକ ରିସର୍ଚ୍ଚ ଫାଉଣ୍ଡେସନକୁ ଭାରତ ସରକାର ନିଷିଦ୍ଧ ଘୋଷଣା କରିଥିଲେ। ୨୦୧୭ରେ ଏନଆଇଏ ପକ୍ଷରୁ ଜାକିରଙ୍କ ବିରୋଧରେ ଚାର୍ଚ୍ଚସିଟ ଦାଖଲ କରାଯାଇଥିଲା। ଜାକିର ଜାଣିଶୁଣି ହିନ୍ଦୁ, ଖ୍ରୀଷ୍ଟିଆନ, ସିହା, ସୁଫି ଆଦି ଧର୍ମାବଲମ୍ବୀ ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଉଥିବା ଏଏନଆଇ ଚାର୍ଚ୍ଚସିଟରେ ଉଲ୍ଲେଖ କରିଛି।
Comments are closed.