www.samajalive.in
Tuesday, December 9, 2025
19.1 C
Bhubaneswar

ତୃତୀୟ ପର୍ଯ୍ୟାୟ ମତଦାନହାର ୭୧.୬୧

ଭୁବନେଶ୍ବର : ରାଜ୍ୟର ଭୁବନେଶ୍ୱର, କଟକ, ପୁରୀ, ଢେଙ୍କାନାଳ, ସମ୍ବଲପୁର ଓ କେନ୍ଦୁଝର ଭଳି ୬ଟି ଲୋକସଭା ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଶେଷ ହୋଇଛି। ୨୦୧୪ ନିର୍ବାଚନ ତୁଳନାରେ ଏଥର ମତଦାନ ହାର ସାମାନ୍ୟ କମ୍‌ ରହିଛି। ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ସମୁଦାୟ ୭୧.୬୧ ପ୍ରତିଶତ ମତଦାନ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ୨୦୧୪ ନିର୍ବାଚନରେ ଏହିସବୁ ଆସନରେ ହାରାହାରି ମତଦାନ ହାର ୭୨.୭ ପ୍ରତିଶତ ରହିଥିଲା। ତେବେ ଏଥର ଭୁବନେଶ୍ୱର ଲୋକସଭା
କ୍ଷେତ୍ରରେ ସର୍ବନିମ୍ନ ୫୯.୬୦ ପ୍ରତିଶତ ମତଦାନ ହୋଇଥିବାବେଳେ କେନ୍ଦୁଝରରେ ସର୍ବାଧିକ ୭୮.୧୬ ପ୍ରତିଶତ ଭୋଟଦାନ ହୋଇଥିବା ରେକର୍ଡ କରାଯାଇଛି। ସେହିଭଳି ଅନ୍ୟ ଲୋକସଭା ଆସନଗୁଡିକ ମଧ୍ୟରେ ସମ୍ବଲପୁରରେ ୭୬.୩୮ ପ୍ରତିଶତ, ଢେଙ୍କାନାଳରେ ୭୪.୯୮ ପ୍ରତିଶତ ଓ କଟକରେ ୬୯.୬୫ ପ୍ରତିଶତ ମତଦାନ ହୋଇଛି।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ମୋଟ ୭୩.୭୬% ମତଦାନ ହୋଇଥିଲା। ନବରଙ୍ଗପୁର ଲୋକସଭାରେ ୭୮.୮୯% ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ସର୍ବନିମ୍ନ ୬୫.୫୭% ଭୋଟର ମତ ସାବ୍ୟସ୍ତ କରିଥଲେ। ସେହିଭଳି ଦ୍ବିତୀୟ ପର୍ଯ୍ୟାୟରେ ୫ଟି ଲୋକସଭା ଓ ୩୫ ବିଧାନସଭା ଆସନ ଲାଗି ଅନୁଷ୍ଠିତ ନିର୍ବାଚନରେ ମୋଟ ୭୨.୫୬% ମତଦାନ ହୋଇଥଲା। ସେଥିରେ ୭୩.୭୫% ମହିଳା ଭୋଟ ଦାନ କରିଥିବା ବେଳେ ୭୧.୪୪% ପୁରୁଷ ଭୋଟର ସାମିଲ ଥିଲେ। ପ୍ରଥମ ପର୍ଯ୍ୟାୟ ମତଦାନରେ ପୁରଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ମତାଦାନ ୧.୩୪% ଅଧିକ ମତଦାନ କରିଥିବାବେଳେ ଦ୍ବିତୀୟ ପର୍ଯ୍ୟାୟରେ ଏହି ହାର ୨.୩୧% ଅଧିକ ରହିଥିଲା। ବରଗଡ଼ରେ ସର୍ବାଧିକ ୭୭.୫୭% ଓ ଆସିକାରେ ସବୁଠୁ କମ୍ ୬୬.୩୦% ମତଦାନ ହୋଇଥଲା। ବଲାଙ୍ଗିରରେ ୭୨.୪୨%, କନ୍ଧମାଳ ୭୨.୮୮% ଓ ସୁନ୍ଦରଗଡ଼ରେ ୭୧.୪୪% ମତଦାନ ରେକର୍ଡ଼ କରାଯାଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories