BJD Bijuli 480×75 Mob

ବିଜେପି ନେତା ଜେଭିଏଲ ନରସିହ୍ମା ରାଓଙ୍କ ଉପରକୁ ଜୋତା ମାଡ଼

BJD Bijuli 480×75 Mob

ନୂଆଦିଲ୍ଳୀ : ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀ ସମୟରେ ସାଂସଦ ଏବଂ ବିଜେପି ମୁଖପାତ୍ର ଜେଭିଏଲ ନରସିହ୍ମା ରାଓ ଏବଂ ଭୁପେନ୍ଦ୍ର ଯାଦବଙ୍କ ଉପରକୁ ଜଣେ ବ୍ୟକ୍ତି ଜୋତା ଫିଙ୍ଗିଛନ୍ତି। ଜେଭିଏଲ ନରସିହ୍ମା ଭୋପାଳ ଲୋକସଭା ଆସନରୁ ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀତ୍ୱ ନେଇ ସୂଚନା ଦେଉଥିବାବେଳେ ଏହି ଜୋତା ମାଡ଼ ହୋଇଥିଲା। ତେବେ ଜୋତା ବିଜେପି ନେତାଙ୍କ ଦେହରେ ବାଜିନାହିଁ। ବିଜେପି ମୁଖ୍ୟାଳୟର କର୍ମଚାରୀ ଓ ଅନ୍ୟ କର୍ମୀମାନେ ସଙ୍ଗେ ସଙ୍ଗେ ଜୋତା ମାଡ଼ କରିଥିବା ବ୍ୟକ୍ତିଙ୍କୁ କାବୁ କରିନେଇଥିଲେ।
ସୂଚନା ଅନୁସାରେ ଜୋତା ମାଡ଼ କରିଥିବା ବ୍ୟକ୍ତିଙ୍କ ଘର କାନପୁରରେ ଓ ତାଙ୍କ ନାମ ଡ. ଶକ୍ତି ଭାର୍ଗବ। ସେ କାହିଁକି ଜୋତା ଫିଙ୍ଗିଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। କୁହାଯାଉଛି ଯେ ଡ. ଶକ୍ତି ଭାର୍ଗବ କାନପୁରରେ ଭାର୍ଗବ ହସ୍ପିଟାଲ ଚଲାଉଥିଲେ। ପରେ ସେ ଭାର୍ଗବ ହସ୍ପିଟାଲ ବିକ୍ରି କରି ବ୍ରିଟେନରେ ସମ୍ପତ୍ତି କିଣିଥିଲେ। ନିକଟରେ ତାଙ୍କ ଘର ଓ କାର୍ଯ୍ୟାଳୟ ଉପରେ ଆୟକର ଚଢାଉ ହୋଇଥିଲା। ଏବେ ତାଙ୍କ ମାନସିକ ସ୍ଥିତି ଠିକ୍‍ ନାହିଁ ।
ପୁଲିସ୍‍ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚୁରା କରୁଛି।

Comments are closed.