www.samajalive.in
Monday, December 15, 2025
27.1 C
Bhubaneswar

ଆସନ୍ତା କାଲି ବିଜେଡିର ୨ ଘଣ୍ଟିଆ ବନ୍ଦ

ଭୁବନେଶ୍ୱର: ଦେଶରେ ଦେଖାଦେଇଥିବା ନଗଦ ଟଙ୍କା ସଙ୍କଟର ପ୍ରତିବାଦରେ ବିଜେଡି ପକ୍ଷରୁ ଆସନ୍ତା କାଲି ପ୍ରତି ବ୍ଲକ୍‍ର ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଶାଖା ସମ୍ମୁଖରେ ୨ ଘଣ୍ଟିଆ ପ୍ରତିବାଦ ବିକ୍ଷୋଭ କରିବ ବୋଲି କହିଛି। ଆରବିଆଇ ଭୁବନେଶ୍ୱର ଶାଖା ସମ୍ମୁଖରେ ବିଜେଡି ନେତାମାନେ ଧାରଣା ଦେବେ।
ଆଜି ବିଜେଡି ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଏବେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ତାହା ୨୦୧୬ରେ କେନ୍ଦ୍ର ସରକାରଙ୍କ ବିମୁଦ୍ରାକରଣ ନିଷ୍ପତ୍ତିର ପ୍ରତିଫଳନ। ବିମୁଦ୍ରାକରଣ ବେଳେ ୧ ହଜାର ଓ ୫ ଶହ ଟଙ୍କା ନୋଟ୍‍ ଅଚଳ କରିଦିଆଯାଇଥିଲା। ତାହାର ବିଷମ ପରିସ୍ଥିତି ଏବେ ଦେଶ ଓ ଓଡ଼ିଶାରେ ଅନୁଭୂତ ହୋଇଛି। ଅର୍ଥ ମନ୍ତ୍ରାଳୟ ସବୁ ବ୍ୟାଙ୍କ ଶାଖାର ମୁଖ୍ୟମାନଙ୍କ ସହିତ ଭିଡିଓ କନ୍‍ଫେରେନ୍ସିଂ ମାଧ୍ୟମରେ ସ୍ଥିତି ଅନୁଧ୍ୟାନ କରିଥିଲେ। ମନ୍ତ୍ରାଳୟର ସଚିବ ସୁବାଷ ଚନ୍ଦ୍ର ଗର୍ଗ କହିଛନ୍ତି ୨୦୦୦ ଟଙ୍କା କଳାଟଙ୍କା ଭାବରେ ଗଚ୍ଛିତ କରିବାକୁ ସୁବିଧା ଥିବାରୁ ଟଙ୍କା ଅଭାବ ଦେଖାଦେଇଛି। ପିଏମ୍‍ଓ ମଧ୍ୟ ସ୍ଥିତିର ସମୀକ୍ଷା କରି ଏପ୍ରିଲ୍‍ ୧୬ ପର୍ଯ୍ୟନ୍ତ ଦେଶର ଅଧିକାଂଶ ଏଟିଏମ୍‍ରେ ଟଙ୍କା ନଥିବା କହିଥିଲେ। ଆରବିଆଇ ପକ୍ଷରୁ କୁହାଯାଇଛି ଯେ ଦେଶରେ ଏବେ ୭୦ ହଜାର କୋଟି ନୋଟ୍‍ର ଅଭାବ ରହିଛି। ଏବେ ଅମଳ ରୁତୁ, ସ୍କୁଲ୍‍ କଲେଜରେ ଆଡ୍‍ମିଶନ୍‍, ବିବାହ ବ୍ରତ ଆଦି ସାମାଜିକ ମହୋତ୍ସବ ଚାଲିଥିବା ବେଳେ ନଗଦ ଅଭାବ ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଦେଶରେ ଅଘୋଷିତ ଜରୁରିକାଳୀନ ସ୍ଥିତି ସୃଷ୍ଟି ହୋଇଛି। ବିମୁଦ୍ରାକରଣ ପରେ ଆଉ ଏକ ବୋଝ ଦେଶବାସୀଙ୍କ ଉପରେ ଲଦି ଦିଆଯାଇଛି। ଏହାର ପ୍ରତିବାଦରେ ପ୍ରତି ବ୍ଲକ୍‍ରେ ଦୁଇ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ସେ କହିଛନ୍ତି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories