www.samajalive.in
Sunday, December 14, 2025
26.1 C
Bhubaneswar

ମେ ମାସରେ ବିବାହ କରିବେ ସୋନମ 

ସୋନମ କପୁର ଓ ତାଙ୍କ ଘନିଷ୍ଠ ବନ୍ଧୁ ଆନନ୍ଦ ଆହୁଜାଙ୍କ ବିବାହକୁ ନେଇ ବିଭିନ୍ନ ଖବର ଗଣମାଧ୍ୟମରେ ଉଡ଼ୁଛି। ତେବେ ନିର୍ଦେଶକ ଫରହା ଖାନ୍ ସ୍ପଷ୍ଟ କରିଛନ୍ତି ଯେ ସୋନମଙ୍କ ବିବାହ ମେ’ ମାସରେ ହେଉଛି। ବିବାହ କୋରିଓଗ୍ରାଫିର ମୁଖ୍ୟ ଦାୟିତ୍ବ ସେ ନେଇଛନ୍ତି। ମେ ୬-୭ରେ ମୁମ୍ବଇରେ ସୋନମଙ୍କ ବର୍ଣ୍ଣାଢ଼୍ୟ ବିବାହ ଅନୁଷ୍ଠିତ ହେବାର ଶୁଣାଯାଉଛି। ଆନନ୍ଦ ଦିଲ୍ଲୀର ଯୁବକ ହୋଇଥିବା ବେଳେ ଏକ ନାମୀ ଫେଶନ୍ କମ୍ପାନୀର ମାଲିକ। ୨ ବର୍ଷ ତଳେ ଦୁହିଁଙ୍କ ଭେଟ ହୋଇଥିଲା। ପ୍ରଥମେ ବନ୍ଧୁତା, ପରେ ପରସ୍ପରର ଜୀବନସାଥୀ ଭାବେ ବାନ୍ଧିହେବାକୁ ନିଷ୍ପତ୍ତି ନେଇଥିଲେ। ବିବାହ ପରେ ସୋନମ୍ ଲଣ୍ଡନରେ ରହିବେ। କାରଣ ଭାବୀ ସ୍ବାମୀ ସେଠାରେ ଏକ ବିଳାସମୟ ଘର କିଣିଛନ୍ତି।

ତେବେ ସୋନମ୍ ନିଜ ସିନେକ୍ୟାରିୟରରୁ ବିଦାୟ ନେବେ ନାହିଁ ବୋଲି ପରିବାର ତରଫରୁ କୁହାଯାଇଛି। ଅନିଲ କପୁରଙ୍କ ଏହି ଗେହ୍ଲୀ ଝିଅ ଏବେ କ୍ୟାରିୟରର ଶୀର୍ଷରେ ଅଛନ୍ତି। ଆଗାମୀ ଦିନରେ ତାଙ୍କ ଅଭିନୀତ ‘ବିରେ ଦି ୱେଡିଙ୍ଗ’ ମୁକ୍ତିଲାଭ କରିବ। ଚଳଚ୍ଚିତ୍ର ପ୍ରମୋଶନ୍ ନିମନ୍ତେ ସୋନମ୍ ଏବେଠାରୁ ଲାଗିପଡ଼ିଛନ୍ତି। ପ୍ରଥମେ ସୁଇଜରଲ୍ୟାଣ୍ଡରେ ସୋନମ୍ ବିବାହ କରିବାକୁ ସ୍ଥିର କରିଥିଲେ। ହେଲେ ତାଙ୍କର ଏହି ନିଷ୍ପତ୍ତିରେ ମା’ ସୁନିତା ଆଦୌ ରାଜି ହୋଇନଥିଲେ। ଶେଷରେ ସବୁ ପ୍ରସ୍ତୁତି ମୁମ୍ବଇରେ ହେବାକୁ ସ୍ଥିର ହୋଇଥିଲା। ସୋନମଙ୍କ ବିବାହ ଗହଣା କଲକାତାର ଏକ ନାମୀ ଗହଣା ଦୋକାନରୁ କିଣାଯାଇଥିବା ବେଳେ ବିବାହ ପୋଷାକ ମନିଷ ମଲହୋତ୍ରା ଡିଜାଇନ୍ କରିବେ।

- Advertisement -

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories