ଇଉରୋପୀୟ ରାଷ୍ଟ୍ର ଲିଥୁଆନିଆ ଅନ୍ୟତମ ଅଗ୍ରଣୀ ରାଷ୍ଟ୍ର ଭାବେ ଜଣାଯାଏ। ହେଲେ ଏଠାକାର କଡ଼ାକଡ଼ି ନିୟମ ସ୍ଥାନୀୟ ଲୋକଙ୍କ ପଛୁଆ ଚିନ୍ତାଧାରାକୁ ସ୍ପଷ୍ଟ ଦର୍ଶାଇଥାଏ। ଏଠାରେ ପୁରୁଷଙ୍କୁ ସହଜରେ ଡ୍ରାଇଭିଂ ଲାଇସେନ୍ସ ମିଳିଯାଉଥିବା ବେଳେ ମହିଳାଙ୍କୁ ମିଳିବା କାଠିକର କାମ। ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଚାହୁଁଥିବା ମହିଳା ପ୍ରଥମେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଯାଇ ନିଜର ସମସ୍ତ ଡାକ୍ତରୀ ପରୀକ୍ଷା କରାଇବେ। ସମସ୍ତ ପରୀକ୍ଷାରେ ଠିକ୍ ବାହାରିବା ପରେ ହିଁ ସେମାନଙ୍କୁ ଲାଇସେନ୍ସ ମିଳିଥାଏ। ୨୦୦୨ରୁ ସେଠାରେ ଏହି ନିୟମ ପ୍ରଣୟନ ହୋଇଛି। ସ୍ଥାନୀୟ କେତେକ ଅନୁଷ୍ଠାନ ଏହା ବିରୋଧରେ ସ୍ବର ଉତ୍ତୋଳନ କରିଥିଲେ। ହେଲେ ସେଠାକାର ପୁରାତନ ନିୟମକୁ ହିଁ ପ୍ରାଧାନ୍ୟ ଦିଆଯାଇଥିଲା।
Popular Categories



