www.samajalive.in
Monday, December 15, 2025
14.1 C
Bhubaneswar

ତ୍ବଚାରେ ଚମକ ଓ ଆଣ୍ଠୁଗଣ୍ଠି ସମସ୍ୟା ପାଇଁ ଛୁରି ମାଲିସ୍

ପ୍ରାଚୀନ ପରମ୍ପରା ଆଜି ମଧ୍ୟ ବିଶ୍ବସ୍ତରରେ ଲୋକପ୍ରିୟ। ଅଧିକାଂଶଙ୍କ ଧାରଣା ଯେ ଗତ କିିଛି ବର୍ଷ ମଧ୍ୟରେ ବ୍ୟୁଟିପାର୍ଲରର ଫେସିଆଲ ଓ ଅନ୍ୟାନ୍ୟ ମସାଜ୍ ବ୍ୟବସ୍ଥା ଯୁବତୀ-ମହିଳାଙ୍କ ମଧ୍ୟରେ ଲୋକପ୍ରିୟ ହୋଇଛି। ପ୍ରକୃତରେ କିନ୍ତୁ ଏହି ତ୍ବଚା ମାଲିସ୍ ପ୍ରଣାଳୀ ହଜାରହଜାର ବର୍ଷ ପୁରାତନ। ତାଇୱାନର ରାଜଧାନୀ ତାଇପେକୁ ଆସୁଥିବା ସଂଖ୍ୟାଧିକ ପର୍ୟ୍ୟଟକ ଏଠାକାର ପ୍ରାଚୀନ ‘ଛୁରି ମାଲିସ୍’ର ପ୍ରୟୋଗ ନିଜ ଉପରେ କରିବାକୁ ପସନ୍ଦ କରନ୍ତି।

ସ୍ଥାନୀୟ ଏକ ନାମକରା ବ୍ୟୁଟି ପାର୍ଲର ମୁଖ୍ୟଙ୍କ କହିବାନୁସାରେ, ୨ହଜାର ବର୍ଷ ତଳେ ହିଁ ବୌଦ୍ଧ ଭିକ୍ଷୁକମାନେ ପ୍ରଥମେ ଏହି ଛୁରି ମାଲିସର ପ୍ରୟୋଗ ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ୟ୍ୟନ୍ତ ଏହି ମାଲିସର ଉପଯୋଗ ନେଇଥିବା ଲକ୍ଷାଧିକ ଗ୍ରାହକ କେହି ମଧ୍ୟ ଆହତ ହୋଇନାହାନ୍ତି। ଦକ୍ଷ ପ୍ରଶିକ୍ଷକମାନେ ବେଶ୍ ସତର୍କତାର ସହ ଗ୍ରାହକଙ୍କୁ ଏହି ଛୁରି ମାଲିସର ସେବା ଦେଇଥାନ୍ତି। ତ୍ବଚାରେ ଚମକ ଆଣିବା ସହ ଶରୀରର ଆଣ୍ଠୁଗଣ୍ଠି ବିନ୍ଧା ଯନ୍ତ୍ରଣା ମଧ୍ୟ ଏହି ଛୁରୀ ମାଲିସରେ ଉପଶମ ହେଉଥିବାର ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories