www.samajalive.in
Saturday, December 13, 2025
23.1 C
Bhubaneswar

ମୋଦୀ ଚଳଚ୍ଚିତ୍ର ମାମଲା ଖାରଜ

ନୂଆଦିଲ୍ଲୀ: ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ମୁକ୍ତିଲାଭ ଉପରେ ରହିତାଦେଶ ଦେବା ଦାବିରେ ଆଗତ ଆବେଦନକୁ ସୁପ୍ରିମକୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି। ଏ ସଂକ୍ରାନ୍ତରେ ହସ୍ତକ୍ଷେପ କରିବେ ନାହିଁ ବୋଲି ସୋମବାର ମନା କରିଥିଲେ। ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ଓ ନିର୍ବାଚନକୁ ପ୍ରଭାବିତ କରିବା ଆଶଙ୍କା ପୂର୍ବକ କଂଗ୍ରେସ ସମର୍ଥକ ଅମନ ପନୱରଙ୍କ ଦ୍ବାରା ଆଗତ ଏହି ଆବେଦନର ବିଚାର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇଙ୍କ ନେତୃତ୍ବାଧୀନ ପୀଠରେ ହୋଇଥିଲା। ପୀଠ ଏହା ଉପରେ ସ୍ଥଗିତାଦେଶ ପ୍ରଦାନ ପାଇଁ ସ୍ପଷ୍ଟ ମନା କରିଦେଇଛନ୍ତି। ଚଳଚ୍ଚିତ୍ର ପ୍ରାମାଣିକ ସଂସ୍ଥା ଏହା ଉପରେ କୌଣସି ପ୍ରମାଣପତ୍ର ଦେଇ ନ ଥିବାରୁ ଅଦାଲତ କୌଣସି ନିଷ୍ପତ୍ତି ଘୋଷଣା କରିବ ନାହିଁ ଦର୍ଶାଇ ଏହି ମାମଲା ଉପରେ ନିଷ୍ପତ୍ତି ନେବାକୁ ନିର୍ବାଚନ ଆୟୋଗ ଉପଯୁକ୍ତ ସଂସ୍ଥା ବୋଲି ପୀଠ ମତ ଦେଇଛନ୍ତି। ଏହି ପୀଠରେ ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ ସଞ୍ଜୟ ଜୈନ୍‌ ସଦସ୍ୟ ଥିଲେ। ସୁପ୍ରିମକୋର୍ଟଙ୍କ ଏଭଳି ମତାମତ ପରେ ବିବେକ ଓବରଇ ଅଭିନୀତ ‘ପିଏମ୍ ନରେନ୍ଦ୍ର ମୋଦୀ’ ଚଳଚ୍ଚିତ୍ର ଆସନ୍ତା ୧୧ତାରିଖରେ ଏହାକୁ ମୁକ୍ତିଲାଭ କରିବା ନେଇ ରାସ୍ତା ସଫା ହୋଇଛି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories