www.samajalive.in
Saturday, December 13, 2025
23.1 C
Bhubaneswar

ସଚିନଙ୍କ ପ୍ରଶଂସକଙ୍କୁ ‘ଗ୍ଲୋବାଲ ଫ୍ୟାନ୍‌’ ପୁରସ୍କାର

ନୂଆଦିଲ୍ଲୀ: ସୁଧୀର କୁମାର ଗୌତମ ଜୀବନରେ ବ୍ୟାଟ୍‌ କିମ୍ବା ବଲ୍‌ ଧରିନଥିଲେ ମଧ୍ୟ ଭାରତୀୟ କ୍ରିକେଟରେ ଏକ ପରିଚିତ ନାମ। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ପ୍ରବଳ ସମର୍ଥକ ଭାବେ ସୁଧୀର ଗୌତମ ସାରା ବିଶ୍ବରେ ପ୍ରସିଦ୍ଧ। ସଚିନ୍‌ଙ୍କୁ ଈଶ୍ବରଙ୍କ ପରି ପୂଜା କରିଥାଆନ୍ତି ସୁଧୀର। ୨୦୦୦ ପରଠାରୁ ବିଶ୍ବରେ ଏପରି କୌଣସି କ୍ରିକେଟ ମ୍ୟାଚ୍ ନାହିଁ; ଯେଉଁଥିରେ ସଚିନ ତେନ୍ଦୁଲକର ଖେଳିଛନ୍ତି ଏବଂ ଯାହା ଦେଖିବା ପାଇଁ ସୁଧୀର ସେଠାକୁ ଯାଇନାହାନ୍ତି। ମୁଣ୍ଡର କେଶକୁ ଭାରତୀୟ ମାନଚିତ୍ର ଆକାରରେ କାଟି; ସାରା ଶରୀରରେ ରଙ୍ଗ ମାଖି ସେଥିରେ ସଚିନ ତେନ୍ଦୁଲକରଙ୍କ ନାମ ଓ ତାଙ୍କ ସାର୍ଟ ନମ୍ବର ୧୦ ଲେଖି ମ୍ୟାଚ୍ ବେଳେ ସୁଧୀର ଗୌତମ ଷ୍ଟାଡିୟମ୍‌ରେ ହାଜର ହୋଇଯାଆନ୍ତି। ଭାରତୀୟ ଜାତୀୟ ପତାକା ଧରି ଶଙ୍ଖ ଫୁଙ୍କିବା ଦେଖିବାକୁ ମିଳିଥାଏ। ପ୍ରକୃତରେ ସୁଧୀରଙ୍କ ପରି କ୍ରିକେଟ ପ୍ରଶଂସକ ବିଶ୍ବରେ ବିରଳ। ବିଶ୍ବର ଅନେକ ସଂସ୍ଥା କ୍ରୀଡ଼ାବିତ୍‌ଙ୍କୁ ପୁରସ୍କାର ଦେଉଥିବା ବେଳେ ଇଣ୍ଡିଆନ୍ ସ୍ପୋର୍ଟସ ଫ୍ୟାନ୍ (ଆଇଏସ୍ଏଫ୍) ନାମକ ସଂସ୍ଥା କ୍ରୀଡ଼ା ପ୍ରଶଂସକଙ୍କୁ ପୁରସ୍କୃତ କରିବାକୁ ଆଗେଇ ଆସିଛି।

ଏହି କ୍ରମରେ ସୁଧୀର କୁମାର ଗୌତମଙ୍କୁ ‘ଗ୍ଲୋବାଲ ଫ୍ୟାନ୍ ପୁରସ୍କାର’ ଦେବାକୁ ଆଇଏସ୍‌ଏଫ୍ ଘୋଷଣା କରିଛି। ଇଂଲଣ୍ଡରେ ହେବାକୁ ଥିବା ୨୦୧୯ କ୍ରିକେଟ ବିଶ୍ବକପ୍ ସମୟରେ ମାଞ୍ଚେଷ୍ଟରରେ ଏକ ସ୍ବତନ୍ତ୍ର ଉତ୍ସବରେ ସୁଧୀର କୁମାର ଗୌତମଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହି ପୁରସ୍କାର ପାଇବାରେ ସୁଧୀର ବିଶ୍ବର ପ୍ରଥମ ପ୍ରଶଂସକ ହେବେ। ପୁରସ୍କାର ପାଇବାକୁ ମନୋନୀତ ହେବା ପରେ ସୁଧୀର ଗୌତମ କହିଛନ୍ତି, ଦୀର୍ଘ ୧୮ ବର୍ଷରେ ୩୧୯ଟି ଦିିନିକିଆ, ୬୬ଟି ଟେଷ୍ଟମ୍ୟାଚ୍, ୭୩ଟି ଟ୍ବେଣ୍ଟି୨୦, ୬୮ଟି ଆଇପିଏଲ୍‌ ମ୍ୟାଚ୍ ଓ ୩ଟି ରଣଜୀ ଟ୍ରଫି ମ୍ୟାଚ୍‌ ପରେ ଏବେ ମନେକରୁଛି ଯେ କ୍ରୀଡ଼ା ପ୍ରଶଂସକ ଭାବେ ମୋ ଜୀବନ ସାର୍ଥକ ହୋଇଛି। ମୋ ପାଇଁ ଏହା ସହଜ ନିଷ୍ପତ୍ତି ନଥିଲା। ଏହି ପୁରସ୍କାରକୁ ମୋର ଈଶ୍ବର, ମୋର ପ୍ରେରଣା ଏବଂ ଯାହାଙ୍କ ଯୋଗୁଁ ମୋତେ ବିଶ୍ବରେ ପରିଚୟ ମିଳିଛି; ସାର୍ ସଚିନ ତେନ୍ଦୁଲକରଙ୍କୁ ଉତ୍ସର୍ଗ କରୁଛି। ସୂଚନାଯୋଗ୍ୟ; ବିହାରର ଏକ ଛୋଟ ଗ୍ରାମର ବାସିନ୍ଦା ସୁଧୀର ଗୌତମ ସଚିନଙ୍କ ପ୍ରେମରେ ଘର ଛାଡ଼ିଥିଲେ। ଦୀର୍ଘ ୧୮ ବର୍ଷ ହେଲା ସୁଧୀରଙ୍କୁ କ୍ରିକେଟ ପଡ଼ିଆରେ ଦେଖିବାକୁ ମିଳୁଛି। ଆନ୍ତର୍ଜାତିକ କ୍ରିକେଟ୍‌ରୁ ସଚିନ ତେନ୍ଦୁଲକରଙ୍କ ଅବସର ପରେ ମଧ୍ୟ ସେ ଏହି ମୋହ ଛାଡ଼ି ପାରିନାହାନ୍ତି। ଏ‌େ​‌ବ ବି ସୁଧୀରଙ୍କୁ ଭାରତ ଖେଳୁଥିବା ମ୍ୟାଚ୍‌ରେ ଷ୍ଟାଡିୟମ୍‌ରେ ଦେଖିବାକୁ ମିଳୁଛି। ହେଲେ ତାଙ୍କ ଶରୀରରେ ଏବେ ମଧ୍ୟ ସଚିନଙ୍କ ନାମ ଲେଖାଥିବା ଦେଖିବାକୁ ମିଳୁଛି। କେବଳ ଏତିକି ଫରକ- ଏବେ ଲେଖାଅଛି ମିସ୍ ୟୁ ତେନ୍ଦୁଲକର। ଆସନ୍ତା ବିଶ୍ବକପ୍‌ରେ ଭାରତୀୟ ଦଳକୁ ଉତ୍ସାହିତ କରିବା ଲାଗି ସୁଧୀର ଇଂଲଣ୍ଡ ଯିବାକୁ ପ୍ରସ୍ତୁତ ହେଉଛନ୍ତି।

Hot this week

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

ଚାଲାଣ ଛାଡ଼ ପାଇବାର ଶେଷ ସୁଯୋଗ, ଆଜି ବର୍ଷର ଶେଷ ଲୋକ ଅଦାଲତ

ସମାଜ ଡିଜିଟାଲ ଡେସ୍କ: ୨୦୨୫ ବର୍ଷର ଶେଷ ଲୋକ ଅଦାଲତ ଆଜି...

ଟଙ୍କାର ମୂଲ୍ୟହ୍ରାସ ଓ ଦେଶର ଅର୍ଥନୀତି

ବିଶ୍ବର ଅର୍ଥନୈତିକ ଶକ୍ତିଶାଳୀ ରାଷ୍ଟ୍ର ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ...

ସୂର୍ଯ୍ୟ ମନ୍ଦିରରୁ ବାଲିକଢ଼ା

ଐତିହ୍ୟ ଓ ପର୍ଯ୍ୟଟନସ୍ଥଳୀ କୋଣାର୍କର ସୂର୍ଯ୍ୟ ମନ୍ଦିର କଳା, ସଂସ୍କୃତି ଓ...

Related Articles

Popular Categories