ଇସ୍ତାହାର ଜାରି କଲା ବିଜେଡି
ଭୁବନେଶ୍ୱର : ବିଜୁ ଜନତା ଦଳର ନିର୍ବାଚନୀ ଇସ୍ତାହାର ମଙ୍ଗଳବାର ଜାରି କରାଯାଇଛି। ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ଅବସରରେ ନବୀନ କହିଛନ୍ତି ଆମେ ଯାହା ପ୍ରତିଶୃତି ଦେଇଆସିଛୁ ତାହାକୁ ପୂରଣ କରିଛୁ। ଏହାବ୍ୟତୀତ ନବୀନ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି।
ବିଜେଡି ଏହି ଇସ୍ତାହାର ପତ୍ରରେ ନିଜର ରିପୋର୍ଟ କାର୍ଡ ପ୍ରଦର୍ଶନ କରିଛି। ୧୯ବର୍ଷ ଧରି ଶାସନ କରିଆସିଥିବା ବିଜେଡି ପଞ୍ଚମ ଥର ପାଇଁ ଶାସନ କରିବାକୁ ଚେଷ୍ଟା କରୁଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଜେଡି ଏହି ଇସ୍ତାହାରରେ ମହିଳା ସଶକ୍ତିକରଣ, ଯୁବ ସଶକ୍ତିକରଣ, ଚାଷୀ ସଶକ୍ତିକରଣକୁ ଅଧିକ ଗୁରୁତ୍ୱ ଦେଇଛି। ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।
ଚଳିତ ନିର୍ବାଚନ ପାଇଁ ବିଜେଡିର ଥିମ ରହିଛି ‘ନବୀନ ଓଡ଼ିଶା, ଶସକ୍ତ ଓଡ଼ିଶା’
– କ୍ଷମତାକୁ ଆସିଲେ କାଳିଆ ଯୋଜନା ସବୁଦିନ ପାଇଁ ଚାଲିବ ବୋଲି ବିଜେଡି ପ୍ରତିଶୃତି ଦେଇଛି।
– ସରକାର ଗଠନର ପ୍ରଥମ ଦିନରେ ହିଁ ବାକିଥିବା ୨୫ ଲକ୍ଷ ଚାଷୀଙ୍କୁ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ଦିଆଯିବ।
– ଜଳସେଚନ ପାଇଁ ୫୦ହଜାର କୋଟି ଟଙ୍କା ବ୍ୟୟ କରାଯିବ।
-ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ମାଗଣା ୱାଇଫାଇ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି।
– ଶୂନ୍ୟ ପ୍ରତିଶତ ସୁଧରେ ଶିକ୍ଷାଋଣ ପ୍ରଦାନ କରାଯିବ।
– ପଞ୍ଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ।
– ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପାଇଁ ୫ହଜାର କୋଟି ଟଙ୍କା ବ୍ୟବସାୟିକ ପ୍ରକଳ୍ପ ଆରମ୍ଭ
– ଏସ.ଏଚ.ଜି ଗ୍ରୁପର ମହିଳାଙ୍କୁ ବିନା ସୁଧରେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ।
– କେଜି ରୁ ପିଜି ପର୍ଯ୍ୟନ୍ତ ମାଗାଣା ଶିକ୍ଷା
– ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ ଲକ୍ଷରୁ ୧୦ ଲକ୍ଷ ଟଙ୍କା ଦିଆଯିବ।
– ଗରିବ ପରିବାରର ଝିଅଙ୍କୁ ବିବାହ ପାଇଁ ୨୫ହଜାର ଟଙ୍କା ସହାୟତା।
Comments are closed.