ବିଜେଡିରୁ ଇସ୍ତଫା ପରେ ରଘୁନାଥଙ୍କ ପ୍ରତିକ୍ରିୟା

0

ଭୁବନେଶ୍ୱର : ବିଜେଡିରୁ ଇସ୍ତଫା ଦେବା ପରେ ରଘୁନାଥ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିଛି । ସେ କହିଛନ୍ତି ଯେ, ଦଳ ପଥଭ୍ରଷ୍ଟ ହୋଇଛି ସେଥିପାଇଁ ମୁଁ ଦୁଃଖିତ । କିଛି ନ୍ୟସ୍ତସ୍ବାର୍ଥ ଗୋଷ୍ଠୀଙ୍କ ଚକ୍ରାନ୍ତରେ ଦଳ ପରିଚାଳିତ ହେଉଛି । ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ବରିଷ୍ଠ ନେତାଙ୍କୁ ଆଘାତ ଲାଗିଛି । ଯେଉଁମାନେ ଦଳ ତିଆରି କରିଥିଲେ ସେମାନଙ୍କୁ ବି ଆଘାତ ଲାଗିଛି । ମୁଁ ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲି ଏବଂ ଶୃଙ୍ଖଳିତ ଭାବେ ଦଳ ପାଇଁ କାର୍ଯ୍ୟ କରୁଥିଲି । ବାଲେଶ୍ବର ଜିଲାର ସ୍ବାଭିମାନ ଦୃଷ୍ଟିରୁ ଦଳରୁ ଇସ୍ତଫା ଦେଇଛି । ନିର୍ବାଚନ ଲଢିବାକୁ ନେଇ ମନ ସ୍ଥିର କରିନାହିଁ । ବାଲେଶ୍ବର ନିର୍ବାଚନ ଶେଷ ପର୍ଯ୍ୟାୟରେ ଥିବାରୁ ମୁଁ ଚିନ୍ତା କରିବି । ମୋ ପରିବାରରୁ କେହି ନିର୍ବାଚନ ଲଢିବେ ନାହିଁ ବୋଲି ରଘୁନାଥ ମହାନ୍ତି କହିଛନ୍ତି ।

kalyan agarbati
Leave A Reply