www.samajalive.in
Monday, December 8, 2025
14.1 C
Bhubaneswar

ମଲାଇ କୁଲଫି

ଆବଶ୍ୟକ ସାମଗ୍ରୀ :

ବାଦାମ – ୨୦୦ଗ୍ରାମ

- Advertisement -

କ୍ଷୀର – ଅଧ ଲିଟର

ଖୁଆ – ଏକ କପ

ଚିନି – ଏକ କପ

କେସର – ଆବଶ୍ୟକ ଅନୁଯାୟୀ

ଗୋଲାପ ପାଖୁଡ଼ା – ଆବଶ୍ୟକ ଅନୁଯାୟୀ

ପ୍ରସ୍ତୁତି ପ୍ରଣାଳୀ :

ପ୍ରଥମେ ଗୋଟିଏ ପାତ୍ରରେ ବାଦାମକୁ ଭିଜାଇ ଦିଅନ୍ତୁ। ବାଦାମ ଭିଜିଗଲା ପରେ ତାହାର ଚୋପା ଛଡାଇ ମଞ୍ଜିବ ବାହାର କରି ଦିଅନ୍ତୁ। ବାଦାମ ମଞ୍ଜିକୁ ଅଳ୍ପ ପେଷି ଦିଅନ୍ତୁ। ତାପରେ ଗୋଲାପ ପାଖୁଡାକୁ ପାଣିରେ ଭିଜାଇ ଦିଅନ୍ତୁ। ଗ୍ୟାସରେ କଡେଇ ବସାଇ ଗରମ କରନ୍ତୁ। କଡେଇ ଗରମ ହେବା ପରେ ସେଥିରେ ଚିନି ଓ ଗୋଲାପ ପାଖୁଡା ପକାଇ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ ଭାଜନ୍ତୁ। ତାହା ସୁନେଲୀ ରଙ୍ଗ ହେବା ପରେ ପାତ୍ରକୁ କାଢି ଦିଅନ୍ତୁ। ତାପରେ ଗ୍ୟାସରେ ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ। କ୍ଷୀରରେ କେସର, ଖୁଆ, ବାଦାମ ପେଷ୍ଟ ଓ ଚିନି ପକାଇ କିଛି ସମୟ ଫୁଟାଇ କାଢି ଦିଅନ୍ତୁ। କ୍ଷୀର ଗାଢ ହେବା ପରେ ତାହାକୁ କାଢି ଦିଅନ୍ତୁ। ମିଶ୍ରଣଟି ଥଣ୍ଡା ହେବା ପରେ ତାହାକୁ କୁଲଫି ଷ୍ଟାଣ୍ଡରେ ରଖନ୍ତୁ। ତା ଉପରେ କଟା ବାଦାମ ଓ ଭାଜିଥିବା ଗୋଲାପ ପାଖୁା ପକାଇ ଫ୍ରିଜରେ ରଖି ଦିଅନ୍ତୁ। ନିର୍ଦ୍ଧାରିତ ସମୟ ପରେ କୁଲଫି ପ୍ରସ୍ତୁତ ହୋଇଗଲା ପରେ କାଢନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମଲାଇ କୁଲଫି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories