www.samajalive.in
Monday, December 15, 2025
16.1 C
Bhubaneswar

ବୁଧବାର ରାଶିଫଳ

ମେଷ: ଅଧିକ ଲାଭବାନ୍‍ ହେବା ଆଶାରଖି ଅର୍ଥ ବିନିଯୋଗ କରିପାରନ୍ତି। ସତ୍‍ସଙ୍ଗୀ ହେବେ। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ କଟାଇ ପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ବିଦ୍ୱାନ ଓ ସାହସୀ ହେବେ।
ବୃଷ: ଖାଦ୍ୟ, ପେୟରେ ତୃପ୍ତିଲାଭ କରିବେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଈର୍ଷାରୁ ନିବୃତ୍ତ ହେଲେ ସାମାଜିକ ସ୍ତରରେ ମର୍ଯ୍ୟାଦା ମିଳିବ। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ।
ମିଥୁନ: ବ୍ୟବସାୟରେ ଲାଭବାନ୍‍ ହେବେ। ସୁଖ-ସନ୍ତୋଷ ଲାଭ କରିପାରନ୍ତି। ସେବା ଭାବନା ନେଇ କାର୍ଯ୍ୟ କରିବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ଇଙ୍ଗିତରେ ପରିଚାଳିତ ହେବେ। ବନ୍ଧୁଙ୍କ ସହାୟତା ପାଇ କୃତଜ୍ଞ ହେବେ।
କର୍କଟ: ସାମାନ୍ୟ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ମନରେ ଗର୍ବଭାବ ଦେଖା ଦେଇପାରେ। ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ବହୁ ଶୁଭଫଳର ଅଧିକାରୀ ହେବେ।
ସିଂହ: ଗୃହ ଜଞ୍ଜାଳରେ ବ୍ୟସ୍ତ ରହିବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ।
କନ୍ୟା: ଉଦାର ପ୍ରକୃତିର ହୋଇପାରନ୍ତି। ଦାନ-ଧର୍ମରେ ନିଜକୁ ନିୟୋଜିତ କରିବେ। ସୁଖ ମିଳିବ। ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। କୃଷିକର୍ମକାରୀ ଓ ଜଳପ୍ରତି ଆଦର ପ୍ରେମୀ ହେବେ।
ତୁଳା: ମନ ପ୍ରସନ୍ନ ରହିବ। ଆସ୍ତିିକ ସ୍ୱଭାବର ହେବେ। ମଧୁର ସମ୍ଭାଷଣରେ ଅନ୍ୟମାନଙ୍କର ମନ ନେଇ ପାରନ୍ତି। ଥଣ୍ଡା-କଫ ଜନିତ ପୀଡ଼ା ଅନୁଭବ କରିପାରନ୍ତି। ମେଳାପୀ ପ୍ରକୃତିର ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇଙ୍କ ଠାରୁ ଆଦର ମିଳିବ।
ବିଛା: କାର୍ଯ୍ୟରେ ଢ଼େର ଉନ୍ନତି ଦେଖା ଦେବ। ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ।
ଧନୁ: ୠୃହକାର୍ଯ୍ୟରେ ଲାଗିପଡ଼ିବେ। ବିଭିନ୍ନ ସ୍ତରରେ ସମ୍ମାନିତ ହେବେ। ଶାରୀରିକ ଶକ୍ତି ବୃଦ୍ଧି ହେବ। ଐଶ୍ୱର୍ଯ୍ୟ ଯୁକ୍ତ ହେବେ। ବ୍ୟବସାୟ ପାଇଁ ଉଦ୍ୟମ ଚଳାଇବେ। ପରାକ୍ରମୀ ହେବେ। ମୋକଦ୍ଦମାରେ ବିଜୟୀ ହେବା ସହ ଧନପ୍ରାପ୍ତି ହେବେ।
ମକର: ନିଜ ପ୍ରଭାବର ଉପଯୋଗ କରିବେ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ଏକାନ୍ତ ପ୍ରିୟ ଓ ମଧୁରଭାଷୀ ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ଗୁପ୍ତବିଦ୍ୟାରେ ରୁଚି ରହିବ।
କୁମ୍ଭ: ବ୍ୟବସାୟରେ ବାଦାନୁବାଦ ଉପୁଜିଲେ ବି ଭଲ ଆୟ ହେବ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ମଧୁରଭାଷୀ ହେବେ। ଯାନବାହନ ସୁଖ ମିଳିବ।
ମୀନ: ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। କର୍ମତତ୍ପରତା ପ୍ରକାଶ ପାଇବ। କୁଳଦୀପକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ। ପାରିବାରିକ ସୁଖ ମିଳିବ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories