www.samajalive.in
Sunday, December 14, 2025
26.1 C
Bhubaneswar

ଚେନ୍ନାଇର କ୍ରମାଗତ ୨ୟ ବିଜୟ; ଦିଲ୍ଲୀକୁ ୬ ଉଇକେଟରେ ହରାଇଲା

ନୂଆଦିଲ୍ଲୀ: ଅଇପିଏଲ-୨୦୧୯ରେ ଚେନ୍ନାଇ ସୁପରକିଙ୍ଗ୍ସ କ୍ରମାଗତ ୨ୟ ବିଜୟ ହାସଲ କରିଛି। ମଙ୍ଗଳବାର ସ୍ଥାନୀୟ ଫିରୋଜଶାହ କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ଚେନ୍ନାଇ ୬ ଉଇକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇଛି। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ଉଇକେଟ ହରାଇ ୧୪୭ ରନ୍‌ କରିଥିଲା। ଜବାବରେ ଚେନ୍ନାଇ ୧୯.୪ ଓଭରରେ ୪ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।

ଦିଲ୍ଲୀ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଓପନର ପୃଥ୍ବୀ ଶ ଏବଂ ଶିଖର ଧୱନ ଭଲ ଆରମ୍ଭ କରିଥିଲେ। କିନ୍ତୁ ଚେନ୍ନାଇର ମାପଚୁପ ବୋଲିଂ ଯୋଗୁ ଦିଲ୍ଲୀ ବଡ଼ ସ୍କୋର କରିବାରେ ସଫଳ ହୋଇପାରି ନ ଥିଲା। ଧୱନ ୪୭ ବଲରେ ସର୍ବାଧିକ ୫୧ ରନ୍‌ କରିଥିଲେ। ଚେନ୍ନାଇ ପକ୍ଷରୁ ଡ୍ବେନ ବ୍ରାଭୋ ୪ ଓଭରରେ ୩୩ ରନ ବିନିମୟରେ ୩ଟି ଉଇକେଟ ହାସଲ କରିଥିଲେ। ୧୪୮ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ଜବରଦସ୍ତ ଆରମ୍ଭ କରିଥିଲା। ୨୧ ରନ ହୋଇଥିବାବେଳେ ଦଳ ଅମ୍ବାତି ରାୟୁଡୁଙ୍କ ଉଇକେଟ ହରାଇଥିଲେ ମଧ୍ୟ ଶେନ୍‌ ୱାଟସନଙ୍କ ୪୪ରନ(୨୬ ବଲ) ଏବଂ ସୁରେଶ ରାଇନାଙ୍କ ୩୦ ରନ୍‌(୧୬ ବଲ) ବଳରେ ଦଳ ବିଜୟ ଲକ୍ଷ୍ୟ ଆଡକୁ ଗତି କରିଥିଲା। ତେ​‌ବେ ଉଭୟେ ଆଉଟ ହେବା ପରେ ଧୋନୀ ଏବଂ କେଦାର ଯାଦବ ସ୍ଥିତି ସମ୍ଭାଳିଥିଲେ। ୧୯.୪ ଓଭରରେ ଚେନ୍ନାଇ ୪ ଉଇକେଟ ହରାଇ ୧୫୦ ରନ୍‌ କରି ବିଜୟୀ ହୋଇଥିଲା। ଦିଲ୍ଲୀ ପକ୍ଷରୁ ଅମିତ ମିଶ୍ରା ୪ ଓଭରରେ ୩୫ ରନ ଦେଇ ୨ଟି ଉଇକେଟ ନେଇଥିଲେ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories