www.samajalive.in
Monday, December 15, 2025
16.1 C
Bhubaneswar

ତୁଳସୀପୁରରେ କଂଗ୍ରେସର କର୍ମୀ ସମ୍ମିଳନୀ

କଳାପଥର(ବାଙ୍କୀ): ବାଙ୍କୀ ଉପଖଣ୍ଡ ତୁଳସୀପୁରର ଜନାର୍ଦ୍ଦନ ମନ୍ଦିରଠାରେ କଂଗ୍ରେସ ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବାଙ୍କୀରେ କଂଗ୍ରେସ କର୍ମୀମାନେ ଡ. ଦେବାଶିଷ ପଟ୍ଟନାୟକଙ୍କ ପାର୍ଥିତ୍ୱକୁ ଉତ୍ସାହର ସହ ସ୍ୱୀକାର କରି ବାଙ୍କୀକୁ ନୂଆ ନେତୃତ୍ୱ ଦେବା ପାଇଁ ଅଣ୍ଟା ଭିଡିଛନ୍ତି। ସ୍ଥାନୀୟ ଯୁବନେତା ଶରତ ପ୍ରଧାନ ଏବଂ ପିତବାସ ପ୍ରଧାନଙ୍କ ନେତୃତ୍ୱରେ ଏହି କଂଗ୍ରେସ ସମ୍ମିଳନୀରେ ବାଙ୍କୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ପ୍ରାର୍ଥୀ ଡଃ. ଦେବାଶିଷ ପଟ୍ଟନାୟକ ଯୋଗଦେଇ ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିଥିଲେ। ବାଙ୍କୀରେ ସରକାରୀ କଳର ଅପବ୍ୟବହାର ହେତୁ ସାଧରଣ ଜନତା ନାନା ଅସୁବିଧାର ସମ୍ମୁଖୀନ ହେବା ସହିତ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ପଟ୍ଟନାୟକ ଅଭିଯୋଗ କରିଥିଲେ। ଶିକ୍ଷା, ସ୍ୱାସ୍ଥ୍ୟ ବାଙ୍କୀବାସୀଙ୍କ ପାଇଁ ସାତ ସପନ ପାଲଟିଛି। ତେଣୁ ବାଙ୍କୀବାସୀ ସାଧାରଣ ନିର୍ବାଚନରେ ତାହାର ଜବାବ ଦେବାର ସୁଯୋଗକୁ ହାତଛଡା ନ କରିବାରୁ ସେ ଆହ୍ବାନ ଦେଇଥିଲେ। ଏହି କର୍ମୀ ସମ୍ମିଳନୀରେ ଶ୍ୟାମ ପ୍ରଧାନ, ନାରାୟଣ ସାହୁ, ଅଭିନ୍ନ ମହାରଣା, ଶଙ୍କର ରଣା ପ୍ରମୁଖ କେତେଜଣ ବିଜେଡି କର୍ମୀ କଂଗ୍ରେସରେ ଯୋଗଦେଇଥିଲେ।

Hot this week

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

Related Articles

Popular Categories