କେମ୍ବ୍ରିଜ ଏନାଲିଟିକା କଂଗ୍ରେସକୁ ଦେଇଥିଲା ଲୋକସଭା ନିର୍ବାଚନର ବ୍ଲୁପ୍ରିଣ୍ଟ

0

ନୂଆଦିଲ୍ଲୀ: ;କମ୍ବ୍ରିଜ ଏନାଲିଟିକା ସହ ସମ୍ପର୍କ ଅଭିଯୋଗରେ କଂଗ୍ରେସ ନିଜ ପକ୍ଷ ରଖିବା ପୂର୍ବରୁ ପୁଣି ଆଉ ଏକ ତଥ୍ୟ ଦଳକୁ ଚିନ୍ତାରେ ପକାଇ ଦେଇଛି। କଂଗ୍ରେସରୁ ବିତାଡ଼ିତ ନେତା ଶାହଜାହା ପୁନାବାଲାଙ୍କ ଦ୍ୱାରା ଜାରି ଏକ ରିପୋର୍ଟ କଂଗ୍ରେସକୁ ଅଡ଼ୁଆରେ ପକାଇଛି। ଶାହଜାହାଙ୍କ ତଥ୍ୟ ଅନୁଯାୟୀ କେମ୍ବ୍ରିଜ ଏନାଲିଟିକା କମ୍ପାନୀ କଂଗ୍ରେସକୁ ଲୋକସଭା ନିର୍ବାଚନ ପରିଚାଳନାର ଚୂଡାନ୍ତ ବ୍ଲୁପ୍ରିଣ୍ଟ ଯୋଗାଇ ଥିଲା। ୪୯ପୃଷ୍ଠାର ଏହି ବ୍ଲୁ-ପ୍ରିଣ୍ଟକୁ ପ୍ରସ୍ତୁତ କରିଥିଲା କେମ୍ବ୍ରିଜ ଏନାଲିଟିକା। ଏହି ରିପୋର୍ଟର ନାମ ‘ଡାଟା ଡ୍ରିଭେନ କ୍ୟାମ୍ପେନ୍‌’ ‘ଦି ପାଥ ଅଫ ଦ ୨୦୧୯ ଲୋକସଭା ଇଲେକସନ୍‌’। ଏହି ରିପୋର୍ଟ ୨୦୧୭ରେ ପ୍ରସ୍ତୁତ କରାଯାଇ ଥିଲା ଓ କଂଗ୍ରେସ ହାଇକମାଣ୍ଡଙ୍କ ସମ୍ମ୍‌ୁଖରେ ଉପସ୍ଥାପନ କରାଯାଇ ଥିଲା।
ଏହି ରିପୋର୍ଟ କେମ୍ବ୍ରିଜ ଏନାଲିଟିକାର ପୂର୍ବତନ ସିଇଓ ଆକେଲଜେଣ୍ଡର ନିକ୍ସ ପ୍ରସ୍ତୁତ କରିଥିଲେ। ଏହି ରିପୋର୍ଟରେ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ଼ ବିଧାନସଭା ଯୋଜନା ମଧ୍ୟ ଥିଲା। ଏହା ବ୍ୟତୀତ ରାଷ୍ଟ୍ରୀୟସ୍ତରରେ ଲୋକଙ୍କ ତଥ୍ୟ କିପରି ପ୍ରସ୍ତୁତ କରାଯିବ ସେ ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇ ଥିଲା।
ଏହି ରିପୋର୍ଟ ପାଇଁ କେମ୍ବ୍ରିଜ ଏନାଲିଟିକା ୩୮୯୪୬୦ ଡଲାର ନେଇଥିଲା। କିନ୍ତୁ ଶାହଜାହାଙ୍କ ଅଭିଯୋଗ ଅନୁଯାୟୀ ଏହି ଡିଲ ୨୦୦ରୁ ୫୦୦କୋଟି ମଧ୍ୟରେ ଉଭୟ କଂଗ୍ରେସ ଓ କେମ୍ବ୍ରିଜ ଏନାଲିଟିକା ମଧ୍ୟରେ ହୋଇଥିଲା।
;କମ୍ବ୍ରିଜ ଏନାଲିଟିକା ତା’ର ରିପୋର୍ଟରେ ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ନିର୍ବାଚନ ଦାୟିତ୍ୱ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଛି। ଡାଟା ଇଞ୍ଜିନିୟରିଂ ୱେବସାଇଟ, ମୋବାଇଲ ଏପ୍ସ, ଟ୍ୱିଟର, ଫେସବୁକରୁ ଡାଟା ସଂଗ୍ରହ କରି ଏହାକୁ ନିର୍ବାଚନ ରୂପରେଖରେ ବ୍ୟବହାର କରାଯିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହା ବ୍ୟତୀତ ଯେତେବେଳେ କଂଗ୍ରେସର ୱେବସାଇଟରେ କୌଣସି ନେତା କିମ୍ବା କର୍ମୀ ଜୋଡ଼ି ହେବେ ତାଙ୍କ ସମ୍ପର୍କିତ ତଥ୍ୟ ଆପେଆପେ ରେକର୍ଡ଼ ଭୁକ୍ତ ହୋଇଯିବ।
ଶାହଜାହା ଯୁକ୍ତି ଦର୍ଶାଇଛନ୍ତି ଯେ, ଏହି ରିପୋର୍ଟ ରାହୁଲ ଗାନ୍ଧିଙ୍କ ସମ୍ମୁଖରେ ମଧ୍ୟ ଉପସ୍ଥାପିତ କରାଯାଇ ଥିଲା। ଆଲେକଜାଣ୍ଡାର ନିକ୍ସଙ୍କ ପରାମର୍ଶକ୍ରମେ ରାହୁଲ ଗାନ୍ଧି ବିଗତ କିଛି ଦିନ ମଧ୍ୟରେ ସୋସିଆଲ ମିଡିଆରେ ଯେଉଁ ନୂଆଁ ରୂପରେ ସାମ୍ନାକୁ ଆସିଛନ୍ତି ବୋଲି ଶାହଜାହା ଅଭିଯୋଗ କରିଛନ୍ତି।
ସେହିପରି କେମ୍ବ୍ରିଜ ଏନାଲିଟିକାର ଆଉ ଜଣେ ପୂର୍ବତନ କର୍ମଚାରୀ କ୍ରିଷ୍ଟଫର ବିଲି ମଧ୍ୟ କଂଗ୍ରେସ ସହ କମ୍ପାନୀର ସମ୍ପର୍କକୁ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଉପସ୍ଥାପନ କରିଛନ୍ତି। କେମ୍ବିଜର ଭାରତରେ ଅଫିସ ରହିବା ସହ ଭାରତରେ ଏକାଧିକ ଗ୍ରାହକଙ୍କ ପାଇଁ କମ୍ପାନୀ କାର୍ଯ୍ୟ କରିଛି ଏଗୁଡ଼ିକ ମଧ୍ୟରୁ କଂଗ୍ରେସର ନାମ ବିଲି ନେଇଛନ୍ତି। ବିଲି ଏହି ନାମ ବ୍ରିଟେନ ହାଉସ ଅଫ କମନ୍ସରେ ଡିଜିଟାଲ, କଲଚର ଓ ମିଡିଆ ଓ ସ୍ପୋଟ୍ସ କମିଟି ସମ୍ମୁଖରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।
ଏହା ବ୍ୟତୀତ କେମ୍ବ୍ରିଜ ଏନାଲିଟିକାର ନିଲମ୍ବିତ ସିଇଓ ଆଲେକଜାଣ୍ଡାର ନିକ୍ସଙ୍କ ଦପ୍ତରରେ କଂଗ୍ରେସ ଦଳୀୟ ପୋଷ୍ଟର କାନ୍ଥରେ ଲାଗିଥିବା ଦୃଶ୍ୟମାନ ହୋଇଛି। ଏହାକୁ ନେଇ ମଧ୍ୟ ବ୍ୟାପକ ଆରୋପ ପ୍ରତ୍ୟାରୋପ ହୋଇଥିଲା।

Leave A Reply