ନାବାଳିକା ବଳାତ୍କାରୀ ଅଭିଯୁକ୍ତ ଗିରଫ

0

ବାଲେଶ୍ୱର:  ନୀଳଗିରିରେ ଅତି ଲଜ୍ୟାଜନକ ଭାବେ ଏକ ୪ ବର୍ଷର ନାବାଳିକାକୁ ବଳାତ୍କାର କରିଥିବା ଅଭିଯୁକ୍ତ ନିତ୍ୟାଚନ୍ଦନ ଜେନାକୁ ପୁଲିସ ଗିରଫ କରିଛି ।  ଭଦ୍ରକ ଜିଲା ବନ୍ତ ଛକ ନିକଟରୁ ଅଭିଯୁକ୍ତକୁ ଗିରଫ କରାଯାଇଥିବା ପୁଲିସ ସୂଚନା ଦେଇଛି ।

ନୀଳଗିରି ଥାନା ତଥା ବାଉଁଶବଣିଆ ପଞ୍ଚାୟତ ହାଟସାହି  ଗାଁ ଦାଣ୍ଡରେ ଶିଶୁକନ୍ୟାଟି  ଖେଳୁଥିବା ସମୟରେ ପଡୋଶୀ ନିତ୍ୟଚନ୍ଦନ ଜେନା (୨୪) ଗତ କାଲି ତାକୁ ଚକୋଲେଟ ଦେବା ବାହାନା କରି ବଳାତ୍କାର କରିଥିବା ଅଭିଯୋଗ ହୋଇଛଥିଲା। ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇଥିବା ବେଳେ ଅଭିଯୁକ୍ତ ଫେରାର ହୋଇଯାଇଥିଲା ।

ସମ୍ପୃକ୍ତ ଯୁବକ ପୂର୍ବରୁ ୪/୫ଥର ଏଭଳି ଦୁଷ୍କର୍ମ କରିଥିଲେ ହେଁ ରାଜନୈତିକ ଚାପ ପ୍ରୟୋଗ କରାଯାଇ ରଫାଦଫା କରାଯାଇଥିଲା ବୋଲି ଗାଁଲୋକ ଅଭିଯୋଗ କରିଥିଲେ । ଏହି ଘଟଣାରେ ମଧ୍ୟ ଚାପ ପ୍ରୟୋଗ ହୋଇଥିଲେ ହେଁ ପୀଡିତା ପରିବାରକୁ ବିଭିନ୍ନ ବର୍ଗରୁ ସାହସ ଜୁଟାଇବା ପରେ ସତ୍ୟ ସାମ୍ନାକୁ ଆସିଥିବା କୁହାଯାଉଛି ।

Leave A Reply