www.samajalive.in
Monday, December 15, 2025
24.1 C
Bhubaneswar

ଚାନ୍ଦବାଲିରେ ସଂଗ୍ରାମସେନା ପକ୍ଷରୁ ସଂଗ୍ରାମଙ୍କୁ ବିଧାୟକ ପ୍ରାର୍ଥୀ କରିବା ପାଇଁ ଦସ୍ତଖତ ଅଭିଯାନ

ଧାମରା : ଚାନ୍ଦବାଲି ଅଞ୍ଚଳରେ ସଂଗ୍ରାମ ସେନା ଜଣେ କର୍ମଷ୍ଠ, ଦକ୍ଷ ଏବଂ ସଚ୍ଚୋଟ ନେତା ଭାବରେ ସଂଗ୍ରାମ ରାଉତଙ୍କୁ ଶାସକ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥି କରିବା ପାଇଁ ଅଣ୍ଟା ଭିଡିଛନ୍ତି। ଏହି ପରିପ୍ରେକ୍ଷୀରେ ସଂଗ୍ରାମସେନା ଚାନ୍ଦବାଲି ବ୍ଲକରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରିଛି। ଚାନ୍ଦବାଲି ବ୍ଲକର ମଧୁବାବୁ ଛକ ଠାରେ ସଂଗ୍ରାମସେନା ଏହି ଦସ୍ତଖତ ଅଭିଯାନ ଆରମ୍ଭ କରିବା ସହ ପଥପ୍ରାନ୍ତରେ ଯାତାୟତ କରୁଥିବା ସାଧାରଣ ଜନତାଙ୍କୁ ଏହି ଅଭିଯାନରେ ସାମିଲ କରିଛନ୍ତି। ଏହି ଦସ୍ତଖତ ଅଭିଯାନ ଚାନ୍ଦବାଲିରୁ ଆରମ୍ଭ ହୋଇ ଚାନ୍ଦବାଲି ବ୍ଲକର ୩୯ଟି ପଞ୍ଚାୟତ ଏବଂ ତିହିଡି ବ୍ଲକର ୮ ପଞ୍ଚାୟତରେ ଥିବା ସମସ୍ତ ଗ୍ରାମର ଭୋଟର ତଥା ଯୁବଗୋଷ୍ଠୀ ମାନଙ୍କୁ ଏହି ଅଭିଯାନରେ ସାମିଲ କରିବ। ଶାସକ ଦଳର ନବୀନ ବାବୁଙ୍କ ନେତୃତ୍ୱକୁ ଆଧାର କରି ଚାନ୍ଦବାଲିର ବିକାଶ ପାଇଁ ସଂଗ୍ରାମ ସେନା ଏହି ଅଭିଯାନ ଆରମ୍ଭ କରିଛି। ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ସମ୍ପୂର୍ଣ୍ଣ ବିକାଶ ଏବଂ ବିକଳ୍ପ ରାଜନୈତିକ ନେତୃତ୍ୱ ଅପରିହାର୍ଯ୍ୟ ହୋଇ ପଡିଛି। ଫଳରେ ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ସଂଗ୍ରାମ ରାଉତଙ୍କୁ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ଶାସକ ଦଳ ପକ୍ଷରୁ ପ୍ରାର୍ଥି କରିବା ପାଇଁ ଏହି ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହି ଦସ୍ତଖତ ସମ୍ବଳିତ ବ୍ୟାନର ରାଜ୍ୟ ବିଜେଡି ସଭାପତିଙ୍କ ନିକଟକୁ ପଠାଯିବା ସହ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ସଂଗ୍ରାମ ରାଉତଙ୍କୁ ଅଗ୍ରାଧିକାର ଭିତିରେ ଶାସକ ଦଳ ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବରେ ଚୟନ କରିବାକୁ ସଂଗ୍ରାମ ସେନା ଦାବୀ ଜଣାଇବ। ସଂଗ୍ରାମ ରାଉତଙ୍କ ନାମ ସବୁ ପ୍ରାର୍ଥିର୍ଙ୍କ ମଧ୍ୟରେ ଆଗରେ ରହିଛି, ତାଙ୍କର ବିଧାୟକ ପ୍ରାଥିତ୍ୱକୁ ସମର୍ଥନ କରି ଏହି ଦସ୍ତଖତ ଅଭିଯାନ ୧୯ ତାରିଖରୁ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସଂଗ୍ରାମ ସେନା ପକ୍ଷରୁ କୁହାଯାଇଛି। ଏହା ଫଳରେ ଆସନ୍ତା ଦିନରେ ଚାନ୍ଦବାଲି ବିଧାନସଭା କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିବ ବୋଲି ଏହି ସେନା ଦାବୀ କରିବା ସହ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ସୁଶାସନ ଫେରାଇ ଆଣି ପାରିବ ବୋଲି ମଧ୍ୟ ଦାବୀ ଜଣାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories