www.samajalive.in
Sunday, December 7, 2025
26.1 C
Bhubaneswar

ବିଦ୍ୟାର୍ଥୀଙ୍କ ପାଠପଢାରେ ଉନ୍ନତି ପାଇଁ କରନ୍ତୁ ଏହି ଉପାୟ

ବାସ୍ତୁଶାସ୍ତ୍ର ଅନୁସାରେ କିଛି ଦ୍ରବ୍ୟ ରହିଛି ଯାହାକୁ ଘରେ ରଖିବା ଦ୍ବାରା ଉନ୍ନତି ହୋଇଥାଏ। ଏହାସହ ପିଲାଙ୍କ ଭବିଷ୍ୟତର ଉନ୍ନତି ପାଇଁ ମଧ୍ୟ କିଛି ଉପାୟ ବର୍ଣ୍ଣନା କରାଯାଇଛି। ତାହାକୁ ଘରେ ସଠିକ ନିୟମ ଦ୍ବାରା ରଖିବା ଦ୍ବାରା ପିଲାଙ୍କ ପାଠପଢାରେ ଉନ୍ନତି ହେବା ସହ ମନକୁ ଶାନ୍ତି ମିଳିଥାଏ। ଏହାସହ ପଢିବାର ବାତାବରଣ ଭଲ ରହିଥାଏ।

ଆସନ୍ତୁ ଜାଣିବା ଘରେ କେଉଁ ସାମଗ୍ରୀ ରଖିବା ଦ୍ବାରା ପିଲାଙ୍କ ଭବିଷ୍ୟତ ଉଜ୍ବଳ ହୋଇଥାଏ ..

- Advertisement -

ପଢା ଘରେ ମା’ ସରସ୍ବତୀଙ୍କ  ମୂର୍ତ୍ତି ସହ କିଛି ଦ୍ରବ୍ୟ ରଖିବା ଦ୍ବାରା ଘରର ବାତାବରଣ ଭଲ ରହିଥାଏ। ମୁଖ୍ୟତଃ ୫ଟି ଜିନିଷ ରଖିବା ଉଚିତ ମା’ ସରସ୍ବତୀଙ୍କ ମୂର୍ତ୍ତି ସମ୍ମୁଖରେ। ଆସନ୍ତୁ ଜାଣିବା ସେହି ଦ୍ରବ୍ୟ ସମ୍ବନ୍ଧରେ ..

ବୀଣାକୁ ଘରେ ରଖିବା ଦ୍ବାରା ସୁଖଶାନ୍ତି ଲାଭ ହୋଇଥାଏ। ଏହାସହ ପିଲାଙ୍କ ଭବିଷ୍ୟତ ଉପରେ ଏହାର ସୁପ୍ରଭାବ ପଡିଥାଏ।

ଘରେ ହଂସର ଫଟୋକୁ ଦ୍ବାର ମୁହଁରେ ଲଗାନ୍ତୁ। କାରଣ ହଂସ ସରସ୍ବତୀଙ୍କ ବାହନ। ଏହାକୁ ଘରେ ଲଗାଇବା ଦ୍ବାରା ବାସ୍ତୁ ଅନୁଯାୟୀ, ଶୁଭ ଫଳ ମିଳିଥାଏ।

ମୟୂର ପୁଚ୍ଛକୁ ଘରେ ରଖିବା ଦ୍ବାରା ସକାରାତ୍ମକ ପ୍ରଭାବ ପଡିଥାଏ। ଏହା ପିଲାଙ୍କ ପାଠପଢା ପାଇଁ ଶୁଭ ଫଳ ପ୍ରଦାନ କରିଥାଏ।

ଘରେ ସରସ୍ବତୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିଥିଲେ ସର୍ବଦା ପଦ୍ମ ଫୁଲ ଅର୍ପଣ କରନ୍ତୁ। ଏପରି କରିବା ଦ୍ବାରା ଘରର ସଦସ୍ୟଙ୍କ ଉପରେ ସୁପ୍ରଭାବ ପଡିଥାଏ। ଏହାସହ ଛାତ୍ରଛାତ୍ରୀଙ୍କ ପାଇଁ ଉତ୍ତମ ବାତାବରଣ ସୃଷ୍ଟି ହୋଇଥାଏ।

ଦେବୀ ସରସ୍ବତୀଙ୍କ ମୂର୍ତ୍ତି ଘରେ ରଖିବା ଦ୍ବାରା ବିଦ୍ୟାର୍ଥୀମାନଙ୍କ ମାନସିକ ଶାନ୍ତି ବୃଦ୍ଧି ହୋଇଥାଏ। ଏହାଦ୍ବାରା ତାଙ୍କର ପାଠପଢାରେ ମନ ଲାଗି ରହିବ।

ଏହି ସମସ୍ତ ନିୟମ ମାନି ଚଳିବା ଦ୍ବାରା ବିଦ୍ୟାର୍ଥୀଙ୍କ ପାଠପଢାରେ ଉନ୍ନତି ହେବା ସହ ଭବିଷ୍ୟତ ଉଜ୍ବଳ ହେବ।

 

Hot this week

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

Related Articles

Popular Categories