www.samajalive.in
Monday, December 15, 2025
24.1 C
Bhubaneswar

ରମଜାନରେ ମାସରେ ମତଦାନ ବିବାଦ ; ଆମକୁ କୌଣସି ଅସୁବିଧା ନାହିଁ : ଓୱେସୀ

ନୂଆଦିଲ୍ଲୀ : ରମଜାନରେ ନିର୍ବାଚନ ତାରିଖକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ଏଆଇଏମଆଇଏମ ଅଧ୍ୟକ୍ଷ ଅସରୁଦ୍ଧିନ୍‌ ଓୱେସୀଙ୍କ କହିବା ଅନୁସାରେ ଯେଉଁମାନେ ମୁସଲମାନଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେଉଛନ୍ତି ସେମାନେ ମୁସଲମାନଙ୍କୁ ଠିକଭାବରେ ବୁଝିନାହାନ୍ତି।
ସୂଚନାଯୋଗ୍ୟ ଯେ ମେ ମାସର ଶେଷ ତିନି ପର୍ଯ୍ୟାୟ ମତଦାନ ରମଜାନ ସମୟରେ ହେଉଥିବାରୁ ଏହାକୁ ନେଇ ତୃଣମୂଳ କଂଗ୍ରେସ ଓ ଆମ ଆଦମୀ ପାର୍ଟି ପ୍ରଶ୍ନ ସୃଷ୍ଟି କରିଛନ୍ତି।  ରମଜାନ ମାସରେ ମୁସଲମାନ ମାନେ ଉପବାସ କରୁଥିବାରୁ  ସେମାନଙ୍କୁ ଭୋଟ ଦେବାରେ ବାଧା ସୃଷ୍ଟି ହେବାନେଇ ଟିଏମସି ଓ ଆପ୍ ଅଭିଯୋଗ କରିଛନ୍ତି। ଯାହାର ସମ୍ପୁର୍ଣ୍ଣ ଫାଇଦା ବିଜେପିକୁ ମିଳିପାରେ ବୋଲି ଅଭିଯୋଗ କରିଛନ୍ତି। କିନ୍ତୁ ଓୱେସୀ ଏହାକୁ ଖଣ୍ଡନ କରି କହିଛନ୍ତି ମୁସଲମାନ ମାନେ ରମଜାନ ମାସରେ ନିର୍ବାଚନରେ ଅଧିକ ସକ୍ରିୟ ଅଂଶଗ୍ରହଣ କରିପାରିବେ ଓ ଏହାକୁ ନେଇ ବିବାଦ ସୃଷ୍ଟି କରିବା ଠିକ ନୁହେଁ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ରମଜାନ ସମୟରେ ମୁସଲମାନ ମାନଙ୍କ ଭୋଟ ପ୍ରତିଶତ ବୃଦ୍ଧି ପାଇବ।
ଅନ୍ୟପକ୍ଷରେ ନିର୍ବାଚନ କମିଶନଙ୍କ କହିବା ଅନୁସାରେ ଆମେମ୍ବୁ ଧର୍ମର ଲୋକଙ୍କୁ ଦୃଷ୍ଟିରେ ରଖି ନିର୍ବାଚନ ଘୋଷଣା କରିଛୁ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories