ଡ଼୍ରାଏ ଫ୍ରୁଡ୍ସ ଲସି
ଆବଶ୍ୟକ ସାମଗ୍ରୀ
ଦହି – ୨କପ
ଡ଼ାଲଚିନି ଗୁଣ୍ଡ – ୧ଚାମଚ
କୋରା ନଡ଼ିଆ – ୨ଚାମଚ
ବାଦାମ – ୫ଟି
କିସମିସ – ୩ଟି
ଚିନି – ଆବଶ୍ୟକ ପରିମାଣରେ
କାଜୁ – ଅଳ୍ପ
ପିସ୍ତା – ଅଳ୍ପ
ବରଫ ଖଣ୍ଡ – ୨ଟି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଦହିକୁ ଭଲ ଭାବେ ପେଷି ଦିଅନ୍ତୁ। ଏବେ ଏଥିରେ ଚିନି, ଡ଼ାଲଚିନି ଗୁଣ୍ଡ, କୋରା ନଡ଼ିଆ, ବାଦାମ, କିସମିସ, ପିସ୍ତା, କାଜୁ ପକାଇ ପୁଣି ଆଉ ଥରେ ଭଲ ଭାବେ ପେଷି ଦିଅନ୍ତୁ। ଏହା ପରେ ଏହାକୁ ଏକ କାଚ ଗ୍ଲାସରେ କାଢି ସବୁ ଡ଼୍ରାଏ ଫ୍ରୁଡ୍ସ ଓ ଚେରି,ବରଫ ପକାନ୍ତୁ। ପ୍ରସ୍ତୁତ ହୋଇଗଲା ଡ଼୍ରାଏ ଫ୍ରୁଡ୍ସ ଲସି। ପିଅନ୍ତୁ ଓ ମଜା ନିଅନ୍ତୁ।