ପାଟଣା – ଅପରାଧୀମାନେ ଜେଲରେ ରହିବେ କିମ୍ବା କବରରେ”,ବିହାରର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଏହି ମନ୍ତବ୍ୟ ବିହାରରେ ରାଜନୀତିକୁ ସରଗରମ କରିଛି। ଏହା ବିହାରର ନୂତନ ସରକାରଙ୍କ ଶକ୍ତିର ପରାକାଷ୍ଠା ପାଲଟିଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୨୦ ବର୍ଷ ଧରି ଗୃହ ବିଭାଗ ନିଜ ନିୟନ୍ତ୍ରଣ ରଖିଥିଲେ। ବର୍ତ୍ତମାନ ଏନ୍ଡ଼ିଏ ମେଣ୍ଟର ସରକାର ହେବା ପରେ ଗୃହ ବିଭାଗର ଦାୟିତ୍ୱ ବିଜେପିରୁ ବିଧାୟକ ହୋଇଥିବା ତଥା ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧିନକୁ ଯାଇଛି ।
ଗୃହ ବିଭାଗ ନୀତିଶ ଙ୍କ ହାତରୁ ଗଲା ପରେ ନୀତିଶଙ୍କ କ୍ଷମତା ହ୍ରାସ ପାଇଛି ବୋଲି ରାଜନୀତି ମହଲରେ ଚର୍ଚ୍ଚ ଚାଲିଛି। ବିହାରରେ କୁହାଯାଏ ଯେ ଯିଏ ଗୃହ ବିଭାଗ ଦାୟିତ୍ୱରେ ରୁହନ୍ତି ସେ ରାଜ୍ୟରେ ପ୍ରକୃତ କ୍ଷମତା ଅଧିକାରୀ। ବିହାରରେ ପୁଲିସ ଅଧିକାରୀ ନିଯୁକ୍ତି କ୍ଷେତ୍ରରେ ଗୃହବିଭାଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ।, ଗତ ବିଧାନସଭା ଅଧିବେଶନରେ ସମ୍ରାଟ ଚୌଧୁରୀ ,ବିହାରର ଅପରାଧୀମାନେ ଏବେ ଜେଲରେ କିମ୍ବା କବରରେ ରହିବେ ବୋଲି ମନ୍ତବ୍ୟ ଦେଇଥିଲେ। ଏହି ବାର୍ତ୍ତା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହ ଜଡିତ ଥିଲା। ସମ୍ରାଟଙ୍କ କାର୍ଯ୍ୟଶୈଳୀ ଏବଂ ତାଙ୍କ ବକ୍ତବ୍ୟ ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ସେ “ଆଇନ ଶୃଙ୍ଖଳାର ୟୁପି ମଡେଲ” ଆପଣାଇବାକୁ ଚାହାଁନ୍ତି।
ସମ୍ରାଟଙ୍କୁ ବିହାରର ସବୁଠାରୁ ବଡ଼ ମୁହଁ କରିବା ପାଇଁ ବିଜେପି ପ୍ରସ୍ତୁତି କରୁଛି। ବିଜେପି ରାଜ୍ୟରେ ପ୍ରମୁଖ ଗୃହ ବିଭାଗ ଦେଇ ବିହାରରେ ଟାଣୁଆ ନେତା ଭାବରେ ସାମ୍ନାକୁ ଆଣୁଛି। ବିଜେପି ଏବେ ବିହାରରେ କ୍ଷମତା କେନ୍ଦ୍ର ଧରିଛି। ନିଶା, ବାଲି ମାଫିଆ, ଜମି ମାଫିଆ ଏବଂ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ସହିତ ଜଡିତ ଥିବା ଅପାରାଧି ମାନଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାରେ ସମ୍ଭାବନା ରହିଛି।



