www.samajalive.in
Monday, December 15, 2025
27.1 C
Bhubaneswar

ବିଷାକ୍ତ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣାରେ ବାବାଙ୍କ ମୃତ୍ୟୁ

ରେଢ଼ାଖୋଲ: ୫୫ ନଂ ଜାତୀୟ ରାଜପଥ ରେଢ଼ାଖୋଲ ଡାକ୍ତରଖାନା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ସଡକ ଦୁର୍ଘଟଣାରେ ଜଣେ ବାବାଙ୍କର ମୃତ୍ୟୁ ଘଟିଛି। ମୃତକ ରେଢ଼ାଖୋଲ ଥାନା ବୈଷ୍ଣବ ଝୁଲୀ କ୍ରିୟା ଯୋଗ ଆଶ୍ରମ ରେ ରହିଥିବା ଗୋଶାଳା ରେ ଗୋ ସେବା କରୁଥିବା ବାବା ରଜନୀ କାନ୍ତ ନାଏକ ବୋଲି ଜଣାପଡିଛି। ସୂଚନା ଅନୁସାରେ ରେଢ଼ାଖୋଲ ସହର ମଧ୍ୟ ଦେଇ ୫୫ ନଂ ଜାତୀୟ ରାଜ ପଥଟି ଯାଇଛି।

ଗତ କିଛି ଦିନ ହେବ ସହର ମଧ୍ୟ ଦେଇ ବେପରୁଆ ଭାବେ ସମ୍ପୂର୍ଣ ସରକାରୀ ଆଇନ କୁ ଉଲ୍ଲଙ୍ଘନ କରି ଶହ ଶହ ଭାରୀ ଯାନ ବିଷାକ୍ତ ପାଉଁଶ ବୋଝେଇ ପରିବହନ କରୁଛନ୍ତି। ଏପରିକି ଗାଡି ଗୁଡିକ ପରିବହନ ସମୟରେ ସାବଧାନତା ଅବଲମ୍ବନ କରୁ ନଥିବା ଯୋଗୁଁ ରାସ୍ତା ସାରା ପାଉଁଶ ଗୁଣ୍ଡ ପଡି ଅସ୍ୱାସ୍ଥ୍ୟ ର ପରିସ୍ଥିତି ଉପୁଜି ସହରବାସୀ ଅଣନିଶ୍ୱାସୀ ହୋଇ ପଡିଛନ୍ତି। ଏହାକୁ ନେଇ ପୂର୍ବରୁ ବିଭିନ୍ନ ସଂଗଠନ ତରଫରୁ ରାସ୍ତା ରୋକ ଶହ ଆନ୍ଦୋଳନ କରାଯାଇଥିବା ନଜିର ଅଛି। ଆଜି ସହର ମଧ୍ୟରେ ପାଉଁଶ ପରିବହନ ବନ୍ଦ କରିବା ଦାବିରେ ଦୁର୍ଘଟଣା ସ୍ଥଳରେ ରାସ୍ତାରୋକ କରାଯାଇଛି। ସହର ମଧ୍ୟରେ ପାଉଁଶ ଗାଡି ଯାତାୟାତ ବନ୍ଦ କରାଯାଉ ବୋଲି ନାଗରିକ କମିଟି ଦାବି କରିଛି।

Hot this week

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

Related Articles

Popular Categories