www.samajalive.in
Sunday, December 7, 2025
26.1 C
Bhubaneswar

ବୁଲିବାକୁ ଯାଆନ୍ତୁ ମୁମ୍ବଇ

ଭାରତ ଦେଶର ବହୁ ମହାନଗରୀ ମାନଙ୍କ ମଧ୍ୟରୁ ମୁମ୍ବଇ ଭାରତର ଆର୍ଥିକ ରାଜଧାନୀ ଅଟେ। ଏହି ସହରଟିକୁ ସମୁଦ୍ର ଘେରି ରହିଛି। ପର୍ଯ୍ୟଟନସ୍ଥଳୀ ଦୃଷ୍ଟିରୁ ଏହା ଖୁବ ପ୍ରସିଦ୍ଧ ଅଟେ। ଚଳଚ୍ଚିତ୍ର ମାନଙ୍କର ସୁଟିଂ ମଧ୍ୟ ଏଠାରେ ହୋଇଥାଏ। ଯଦି ଆପଣ ଭ୍ରମଣ ପାଇଁ ଯୋଜନା କରୁଛନ୍ତି, ତେବେ ମୁମ୍ବଇର କେତେକ ସ୍ୱତନ୍ତ୍ର ସ୍ଥାନକୁ ନିଶ୍ଚୟ ବୁଲିବାକୁ ଯାଆନ୍ତୁ। ଜାଣନ୍ତୁ ମୁମ୍ବଇର କିଛି ପ୍ରସିଦ୍ଧ ସ୍ଥାନ ବିଷୟରେ….
ଜୁହୁ ଚୋପାଟି –
ମୁମ୍ବଇରେ ବହୁ ପ୍ରସିଦ୍ଧ ସମୁଦ୍ର ତଟ ଅଛି। ମାତ୍ର ଜୁହୁରେ ଥିବା ଜୁହୁ ଚୋପାଟିରେ ଭ୍ରମଣ ଆପଣଙ୍କ ପାଇଁ ଏକ ଭିନ୍ନ ଓ ସ୍ମରଣୀୟ ଅନୁଭୂତି ହୋଇ ରହିବ। ଘେରି ରହିଥିବା ଉଚ୍ଚ ଉଚ୍ଚ ଅଟ୍ଟାଳିକା ଓ ବହୁ ଜନସଂଖ୍ୟା ବିଶିଷ୍ଟ ଏହି ସ୍ଥାନରେ ସମୟ ବିତାଇବା ଏକ ଭିନ୍ନ ଅନୁଭବ ସୃଷ୍ଟି କରିଥାଏ। ଖାଦ୍ୟପ୍ରେମୀ ଲୋକଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଭେଲପୁରୀ, ଗୁପଚୁପ, ଦୋସା, ବଡ଼ା ପାଓଁ ଏବଂ ମୁମ୍ବଇର ପାରମ୍ପରିକ ଭୋଜନର ମଧ୍ୟ ମଜା ନେଇପାରିବେ।
ମହାଲକ୍ଷ୍ମୀ ମନ୍ଦିର –
ମୁମ୍ବଇର ମହାଲକ୍ଷ୍ମୀ ମନ୍ଦିର ଏକ ପ୍ରସିଦ୍ଧ ଧାର୍ମିକ ସ୍ଥଳୀ ଅଟେ। ଏହି ମନ୍ଦିରକୁ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସିଥାଆନ୍ତି। ଏହି ମନ୍ଦିର ସହ ବହୁ ପାରମ୍ପରିକ ଓ ଐତିହାସିକ ତଥ୍ୟ ଜଡ଼ିତ। ଏଠାକୁ ଆସି ଦର୍ଶନ କଲେ ବହୁ ଶୁଭଫଳ ପ୍ରାପ୍ତି ସହ ମନୋକାମନା ପୂର୍ଣ୍ଣ ହୋଇଥାଏ।
ଭିଟି ଷ୍ଟେସନ ଓ ଦକ୍ଷିଣ ମୁମ୍ବଇ –
ଛତ୍ରପତି ଶିବାଜୀ ଟର୍ମିନସ ରେଳ ଷ୍ଟେସନ ୟୁନେସ୍କୋର ସଂରକ୍ଷିତ ସୁଚୀରେ ଥିବା ଏହା ଏକ ଐତିହାସିକ ଓ ପ୍ରସିଦ୍ଧ ସ୍ଥାନ ଅଟେ। ଏହାକୁ ପୂର୍ବରୁ ଭିକ୍ଟୋରିଆ ଟର୍ମିନଓ ବୋଲି କୁହାଯାଉଥିଲା। ୧୯୯୬ରେ ଏହାର ନାମ ବଦଳାଇ ଛତ୍ରପତି ଶିବାଜୀ ଟର୍ମିନସ ରଖାଗଲା। ଜର୍ମାନୀୟ ଗଥ ଜାତି ସମ୍ବନ୍ଧୀୟ ଶୈଳୀରେ ନିର୍ମିତ ଏହି ଷ୍ଟେସନକୁ ବୁଲିବା ଏକ ଭିନ୍ନ ଅନୁଭବ ହୋଇଥାଏ। କାରଣ ଏଠାରେ ଆପଣ ମୁମ୍ବଇର ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖିବା ସହ ସପିଂର ବେଶ ମଜା ନେଇପାରିବେ।
ଗେଟ ୱେ ଅଫ ଇଣ୍ଡିଆ –
ଗେଟ ୱେ ଅଫ ଇଣ୍ଡିଆକୁ ମୁମ୍ବଇର ଜୀବନ ବୋଲି କୁହାଯାଇଥାଏ। ଏହାକୁ ମୁମ୍ବଇର ପ୍ରବେଶ ଦ୍ୱାରା ବୋଲି ମଧ୍ୟ କୁହାଯାଏ। ମୁମ୍ବଇର ଲୋକପ୍ରିୟ ସ୍ଥାନ ମଧ୍ୟରୁ ଏହା ଗୋଟିଏ। ଏଠାକୁ ଆସି ଆପଣ ହୋଟେଲ ତାଜ ଦେଖିପାରିବେ। ସେହି ନିକଟରୁ ହିଁ ଆପଣ ସମୁଦ୍ରକୁ ବୁଲିବା ପାଇଁ ବୋଟର ସୁବିଧା ପାଇପାରିବ।
ମରିନ ଡ଼୍ରାଇବ – ମରିନ ଡ଼୍ରାଇବ ଏକ ସୌନ୍ଦର୍ଯ୍ୟ ସ୍ଥାନ ଅଟେ। ଗେଟ ୱେ ଅଫ ଇଣ୍ଡିଆ ଠାରୁ ଏହା ଅଳ୍ପ ଦୂରରେ ଅବସ୍ଥିତ। ଏଠାକାର ସୌନ୍ଦର୍ଯ୍ୟ ଏତେ ମନମୁଗ୍ଧକର ଯେ ଆପଣଙ୍କୁ ଏପରି ଲାଗିବ ଯେପରି ପ୍ରକୃତି ନିଜର ସମସ୍ତ ସୌନ୍ଦର୍ଯ୍ୟ ଏଠାରେ ଅଜାଡ଼ି ଦେଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories