www.samajalive.in
Monday, December 15, 2025
14.1 C
Bhubaneswar

୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ ବୋଇଂ କମ୍ପାନୀ

ସମାଜ ଡିଜିଟାଲ ଡେସ୍କ: ବିମାନ କମ୍ପାନୀ ବୋଇଂ ପକ୍ଷରୁ ୧୭ ହଜାର କର୍ମଚାରୀଙ୍କୁ ଛଟେଇ କରିବ। ଏଥିପାଇଁ କମ୍ପାନୀ ପକ୍ଷରୁ କର୍ମଚାରୀମାନଙ୍କୁ ନୋଟିସ ଦେବା ଆରମ୍ଭ ହୋଇଛି। ଆସନ୍ତା ଜାନୁୟାରୀ ମାସ ମଧ୍ୟଭାଗରୁ ଏହା କାର୍ଯ୍ୟକାରୀ ହେବ। ସାରା ବିଶ୍ଵରେ କମ୍ପାନୀର ବିଭିନ୍ନ ୟୁନିଟରେ ନିୟୋଜିତ ୧ ଲକ୍ଷ ୭୦ ହଜାର କର୍ମଚାରୀଙ୍କ ମଧ୍ୟରୁ ୧୦ ପ୍ରତିଶତ କର୍ମଚାରୀ ହ୍ରାସ କରି ଆର୍ଥିକ ସ୍ଥିତିରେ ସ୍ଥିରତା ଆଣିବା ଲକ୍ଷ୍ୟରେ କମ୍ପାନୀ ଏହି ପଦକ୍ଷେପ ନେଇଛି। ଫଳରେ ୧୭ ହଜାର କର୍ମଚାରୀ ଚାକିରି ହରାଇବା ଏକପ୍ରକାର ନିଶ୍ଚିତ ହୋଇଛି। କମ୍ପାନୀର ଅଧିକାଂଶ କର୍ମଚାରୀ ଦକ୍ଷିଣ କାରୋଲିନା ଏବଂ ଓ୍ବାଶିଂଟନରେ ଥିବା ମାନୁଫାକ୍‌ଚରିଂ କାରଖାନାରେ କାର୍ଯ୍ୟରତ ଅଛନ୍ତି। ପୂର୍ବରୁ ମଧ୍ୟ କମ୍ପାନୀ ଏ ନେଇ ଘୋଷଣା କରିଥିବାବେଳେ ଏ ଦିଗରେ ପଦକ୍ଷେପ ନିଆଯିବା ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କେଲ୍ଲି ଓର୍ଟବର୍ଗ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories