ନବୀନ ସରକାରଙ୍କ ଚତୁର୍ଥ ପାଳିର ଶେଷ ମନ୍ତ୍ରୀ ପରିଷଦ ବୈଠକ ଶେଷ

0

ଭୁବନେଶ୍ୱର .-   ରାଜ୍ୟ ସଚିବାଳୟରେ ଚଳିତ ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ ଶେଷ ହୋଇଛି । ନିର୍ବାଚନରେ ଦିଆଯାଇଥିବା ଇସ୍ତାହାର ଏହା କେତେଦୂର ପୂରଣ କରାଯାଇଛି ସେ ବିଷୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି ।  ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଓ କୃଷକଙ୍କ ପାଇଁ ଆରମ୍ଭ ହୋଇଥିବା କାଳିଆ ଯୋଜନା ବିଷୟରେ ଏଥିରେ ସମୀକ୍ଷା କରାଯାଇଥିଲା  । ୩୨ ଲକ୍ଷ ଚାଷୀଙ୍କ  ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଯାଇଥିବା ବେଳେ ଆଉ ୪ ଲକ୍ଷ ୮୦ ହଜାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ  ସହାୟତା ଟଙ୍କା ଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।

prayash

ଆଶା ଓ ଅଙ୍ଗନବାଡୀ କର୍ମୀ, ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ   ଓ   ମନ୍ତ୍ରୀମାନଙ୍କୁ  ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଥିଲେ । ଜଗନ୍ନାଥଙ୍କ ଆଶୀର୍ବାଦରେ ନୂଆ ଓଡ଼ିଶା ଗଠନ ପାଇଁ ସେ କାର୍ଯ୍ୟକରୁଥିବେ ବୋଲି ପ୍ରକାଶ କରିଛନ୍ତି ।

ଏହି ସମୀକ୍ଷା ବୈଠକ ରେ ବିଭିନ୍ନ ବିଭାଗର ମନ୍ତ୍ରୀ ସେମାନଙ୍କ ବିଭାଗର ସଫଳତା ଓ ବିଭିନ୍ନ ଯୋଜନାର ସଫଳତା ବିଷୟରେ ସୂଚନା ଦେଇଥିଲେ । କାଳିଆ ଯୋଜନା କେନ୍ଦ୍ରୀୟ କୃଷକ ସମ୍ମାନ ନିଧି ଯୋଜନାଠାରୁ ଅଧିକ ଭଲ ବୋଲି ଅର୍ଥ ତଥା କୃଷି ମନ୍ତ୍ରୀ ଶଶୀଭୂଷଣ ବେହେରା  କହିଛନ୍ତି ।

kalyan agarbati
Leave A Reply