www.samajalive.in
Monday, December 15, 2025
24.1 C
Bhubaneswar

ଭିଭୋ ୱାଇ-୯୧ରେ ମିଳିବ ହଜାରେ ଟଙ୍କାର ରିଆତି

ନୂଆଦିଲ୍ଲୀ : ଭିଭୋ ତାର ନୂଆ ସ୍ମାର୍ଟଫୋନ ଭିଭୋ ୱାଇ-୯ର ମୂଲ୍ୟରେ ୧ହଜାର ଟଙ୍କାର ରିଆତି ଦେବାର ଘୋଷଣା କରିଛି। ଏହି ଫୋନକୁ ଚଳିତବର୍ଷ ଜାନୁଆରୀରେ ଲଞ୍ଚ କରାଯାଇଥିଲା। ଏହାର ବିଶେଷତ୍ୱ ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ଏବଂ ୱାଟର ଡ୍ରପ ନଞ୍ଚ ଡିସପ୍ଲେ ମିଳିବ। ଫୋନର କ୍ୟାମେରା ସହିତ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ସପୋର୍ଟ ମିଳିବ।

courtesy-unbox PH

ଭାରତରେ ଲଞ୍ଚ ସମୟରେ ଏହି ଫୋନର ମୂଲ୍ୟ ୧୦ହଜାର ୯୯୦ଟଙ୍କା ରହିଥିଲା। ରିଆତି ପରେ ଏହି ଫୋନର ମୂଲ୍ୟ ୯ହଜାର ୯୯୦ଟଙ୍କା ରହିଛି। ଏହି ଫୋନ ଭିଭୋର ଅନଲାଇନ ଷ୍ଟୋର, ଆମାଜନ ଇଣ୍ଡିଆ, ପେଟିଏମ୍‍ ମଲ ଏବଂ ଅଫଲାଇନ୍‍ ଷ୍ଟୋରରେ ଉପଲବ୍ଧ ରହିଛି। ଫୋନ ସହିତ ୧୨୦୦ଟଙ୍କାର ବ୍ଲୁ-ଟୁଥ ହେଡଫୋନ ମାଗଣାରେ ମିଳିବ। ଏହାବ୍ୟତୀତ ଫୋନ ସହିତ ଜିଓ ତରଫରୁ ୩ଟିବି ଡାଟା ମିଳିବ।

- Advertisement -
courtesy-priceprice.com

ଭିଭୋ ୱାଇ-୯ର ବିଶେଷତ୍ୱ
ଭିଭୋ ୱାଇ-୯୧ରେ ୬.୨୨ଇଞ୍ଚର ଫୁଲ ଭ୍ୟୁ ଏଚଡି ପ୍ଲସ ଡିସପ୍ଲେ ମିଳିବ। ଯାହାର ରିଜୋଲ୍ୟୁସନ ୭୨୦/୧୫୨୦ ପିକ୍ସଲ। ଫୋନରେ ମିଡିଆଟେକର ହିଲିୟୋ ପି-୨୨ପ୍ରୋସେସର, ଗ୍ରାଫିକ୍ସ ପାଇଁ ଜିଇ୮୩୨୦ ଜିପିୟୁ, ୨ଜିବି ରାମ ଏବଂ ୩୨ଜିବିର ଷ୍ଟୋରେଜ ମିଳିବ। ଯାହାକୁ ମେମୋରୀ କାର୍ଡ ସାହାର୍ଯ୍ୟରେ ୨୫୬ଜିବି ପର୍ଯ୍ୟନ୍ତ ବଢାଇପାରିବେ।

courtesy-amazon.com

ଫୋନର କ୍ୟାମେରା ବିଷୟରେ କହିଲେ ଏଥିରେ ଡୁଆଲ ରିୟର କ୍ୟାମେରା ସେଟଅପ୍‍ ରହିଛି। ଯେଉଁଥିରୁ ଗୋଟିଏ କ୍ୟାମେରା ୧୩ମେଗାପିକ୍ସେଲର ଏଫ୍‍/୨୨ ଅଫର୍ଚର ଥିବା ଏବଂ ଅନ୍ୟଟି ୨ମେଗାପିକ୍ସେଲର ଏଫ୍‍/୨.୪ଅଫର୍ଚର। ଏଥିରେ ୮ମେଗାପିକ୍ସେଲ ଏଫ୍‍/୧.୮ଅଫର୍ଚରର ଆଗପଟ କ୍ୟାମେରା ଦିଆଯାଇଛି।

courtesy-pinoy tech blog

ଉଭୟ କ୍ୟାମେରାରେ ଏମଆଇର ସପୋର୍ଟ ଏବଂ ସିନ୍‍ ଡିଟେକସନ୍‍ ମିଳିବ। ଫୋନରେ ୪୦୩୦ଏମଏଚର ବ୍ୟାଟେରୀ, ଡୁଆଲ ସିମ ସପୋର୍ଟ, ୱାଇ-ଫାଇ, ବ୍ଲୁଟୁଥ ୫.୦, ଜିପିଏସ୍‍ ଏବଂ ୩.୫ଏମ୍‍ଏମର ହେଡଫୋନ ଜ୍ୟାକ୍‍ ରହିଛି।

Hot this week

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

Related Articles

Popular Categories