mission shakti banner

ସିମି ଉପରେ ନିଷେଧାଦେଶ ଆଉ ୫ ବର୍ଷ ବୃଦ୍ଧି

BSKY banner  750×100
0

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ୫ ସିମି ଆତଙ୍କବାଦୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ପ୍ରଦାନ କରିବା ପରେ କେନ୍ଦ୍ର ସରକାର ଭାରତୀୟ ଇସଲାମିକ ଛାତ୍ର ଆନ୍ଦୋଳନ – ସିମି ଉପରେ ନିଷେଧାଦେଶକୁ ଆଉ ୫ ବର୍ଷ ବୃଦ୍ଧି କରିଛନ୍ତି। ଅନ୍ତର୍ଘାତୀମୂଳକ କାର୍ଯ୍ୟରେ ଜଡ଼ିତ ଥିବାରୁ ସିମି ବିରୋଧରେ ଏହି ପଦକ୍ଷେପ ନିଆଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ବିଜ୍ଞପ୍ତିରେ ସିମିକୁ ଏକ ବେଆଇନ ସଙ୍ଗଠନ ବୋଲି କୁହାଯାଇଛି। ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ସିମିର ବେଆଇନ କାର୍ଯ୍ୟକଳାପ ଯଦି କମ୍‍ ନ ହୁଏ ଓ ନିୟନ୍ତ୍ରଣ କରା ନ ଯାଏ, ତେବେ ଏହା ଅନ୍ତର୍ଘାତୀ କାର୍ଯ୍ୟ ଜାରି ରଖିବ ଓ କର୍ମୀମାନଙ୍କୁ ପୁନଃ ସଙ୍ଗଠିତ କରି ଦେଶର ଧର୍ମ ନିରପେକ୍ଷ ଢାଞ୍ଚାକୁ ନଷ୍ଟ କରିବ। ସିମି ଜଡ଼ିତ ଥିବା ୫୮ଟି ମାମଲାକୁ ମନ୍ତ୍ରଣାଳୟ ତାଲିକାଭୁକ୍ତ କରିଛି। ସୂଚନା ଯୋଗ୍ୟ ଯେ, ଏହି ସଂଗଠନ ୧୯୭୭ରେ ଉତ୍ତରପ୍ରଦେଶ ଅଲ୍ଲୀଗଡ଼ରେ ବିସ୍ଫୋରଣ ଘଟାଇଥିଲା।

Leave A Reply