ସ୍ୱଦେଶ ଫେରିଲେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ
![](https://samajalive.in/wp-content/uploads/2019/03/abhinadan.jpg)
ଓ୍ୱାଘା ..- ପାକିସ୍ତାନର ଯୁଦ୍ଧ ବିମାନ ଏଫ୍-୧୬କୁ ନଷ୍ଟ କରିବା ପରେ ମିଗ୍ ବିମାନ ଦୁର୍ଘଟଣା ଗ୍ରସ୍ତ ହେବାରୁ ପାକିସ୍ତାନ ଅଧିକୃତ କାଶ୍ମୀର ପାରାଚ୍ୟୁଟ ଯୋଗେ ଓହ୍ଲାଇଥିବା ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଓ୍ୱାଘା ସୀମାରେ ତାଙ୍କୁ ପାକିସ୍ତାନ କର୍ତ୍ତୃପକ୍ଷ ଭାରତର କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ଭାରତୀୟ ବାୟୁସେନାର ବରିଷ୍ଠ ଅଧିକାରୀ ସେଠାରେ ଉପସ୍ଥିତ ଥିଲେ । ଅଭିନନ୍ଦନଙ୍କୁ ଭାରତୀୟ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରିବା ପରେ ତାଙ୍କୁ ବାୟୁସେନାର ନିୟମ ଅନୁସାରେ ଡାକ୍ତରୀ ଯାଞ୍ଚ ପାଇଁ ନିଆଯାଇଛି ଏହାପରେ ତାଙ୍କୁ ନୂଆଦିଲ୍ଲୀ ନିଆଯିବ ବୋଲି ସୂଚନା ମିଳିଛି ।
![prayash](https://samajalive.in/wp-content/uploads/2024/12/prayash.jpg)
ଦୁଇଦିନ ପରେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ଦେଶକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଓ୍ୱାଘାସୀମାରେ ଅଭିନନ୍ଦନଙ୍କୁ ସ୍ୱାଗତ କରିବା ପାଇଁ ହଜାର ହଜାର ସଂଖ୍ୟାରେ ଦେଶପ୍ରେମୀ ଜନତା ଉପସ୍ଥିତ ଥିଲେ । ସନ୍ଧ୍ୟା ୯ଟା ୨୨ ମିନିଟ ସମୟରେ ଅଭିନନ୍ଦନ ଭାରତରେ ପାଦ ରଖିଥିଲେ ।
![kalyan agarbati](https://samajalive.in/wp-content/uploads/2025/01/kalyani-adv.jpg)