www.samajalive.in
Thursday, December 11, 2025
27.1 C
Bhubaneswar

ଅର୍ଥନୈତିକ ଅଭିବୃଦ୍ଧିର ଗତି ପରିବର୍ତ୍ତନ କରିପାରିବ ସର୍ବାଙ୍ଗୀନ ଶିକ୍ଷା

ହାଇଦ୍ରାବାଦ: ଦେଶରେ ମାନବ ସମ୍ବଳ ବିକାଶ ଲକ୍ଷ ହାସଲ ଦିଗରେ ଆମେ ଅଗ୍ରସର ହେଉଥିଲେ ମଧ୍ୟ ନିରକ୍ଷରତା ଓ ଶିକ୍ଷା କ୍ଷେତ୍ରରେ ଥିବା ସମସ୍ୟାରୁ ଆମକୁ ମୁକ୍ତ ହେବାକୁ ପଡିବ। ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ। ହାଇଦ୍ରାବାଦସ୍ଥିତ ଆନ୍ଧ୍ର କଳା, ବିଜ୍ଞାନ ଓ ବାଣିଜ୍ୟ ବିଦ୍ୟାଳୟ କଲେଜର ପ୍ଲାଟିନମ୍‍ ଜୟନ୍ତୀ ସମାରୋହରେ ଉଦବୋଧନ ଦେବା ଅବସରରେ, ସର୍ବାଙ୍ଗୀନ ଶିକ୍ଷା ଆର୍ଥିକ ବିକାଶ କ୍ଷେତ୍ରରେ ନୂଆ ଦିଗ ସୃଷ୍ଟି କରିବା ସହ ଅର୍ଥନୈତିକ ଅଭିବୃଦ୍ଧିର ଗତି ପରିବର୍ତ୍ତନ କରିପାରିବ ବୋଲି ସେ କହିଛନ୍ତି। ଉପରାଷ୍ଟ୍ରପତି ସର୍ବାଙ୍ଗୀନ ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି, ଯାହା ଛାତ୍ରଛାତ୍ରୀମାନଙ୍କ ସୃଜନଶୀଳତାକୁ ପ୍ରୋତ୍ସାହିତ କରିବା ସହିତ ସେମାନଙ୍କ ଜ୍ଞାନୋଦୟ ଓ ଜାଗରଣ ସୃଷ୍ଟି କରିପାରିବ। ସ୍ୱାସ୍ଥ୍ୟସେବା, ଗୁଣାତ୍ମକ ଶିକ୍ଷା, ନିଯୁକ୍ତି ସୁବିଧା ପ୍ରଦାନ ଏବଂ ଦକ୍ଷତା ବିକାଶ ଦ୍ୱାରା ମାନବ ସମ୍ବଳର ସୁବିନିଯୋଗର ଆବଶ୍ୟକତା ଉପରେ ଉପରାଷ୍ଟ୍ରପତି ଏମ୍‍. ଭେଙ୍କିୟା ନାଇଡୁ ଗୁରୁତ୍ୱ ଆରୋପ କରିଛନ୍ତି।

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories