www.samajalive.in
Monday, December 15, 2025
15.1 C
Bhubaneswar

ଧାର୍‌ରେ ପାକିସ୍ତାନ ଉପରେ ବର୍ଷିଲେ ମୋଦୀ..

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଧବାର ଅର୍ଥାତ୍‌ ବିଶ୍ୱକର୍ମା ପୂଜାରେ ଜନ୍ମ ଉତ୍ସବ। ଆଜି ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରର ଧାର୍‌ରେ ନିଜର ଅଭିଭାଷଣ ଦେବା ସମୟରେ ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଆତଙ୍କବାଦୀ ପହଲଗାଓଁ ଆକ୍ରମଣରେ ଦେଶର ଝିଅଙ୍କ ସିନ୍ଦୂର ଲିଭାଇଥିଲେ । ଏହାର ପ୍ରତିଶୋଧ ନେଇ ଆମେ ଅପରେସେନ୍‌ ସିନ୍ଦୂରରେ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱଂସ କରିଛୁ । ବୀର ଯବାନମାନେ ଆଖି ପିଛୁଳାକେ ପାକିସ୍ତାନକୁ ଧୂଳି ଚଟାଇଥିଲେ।

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ନୂଆ ଭାରତ କୌଣସି ପରମାଣୁ ଧମକରେ ଭୟ କରେ ନାହିଁ। ଘରେ ପଶି ମାରିପାରିବ। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଧାରରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଓ ‘ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ’ ଅଭିଯାନର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି ।

- Advertisement -

ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି, ଆଜିର ଦିନରେ ହିଁ ଦେଶ ସର୍ଦ୍ଦାର ପଟେଲଙ୍କ ଦୃଢ ଇଚ୍ଛାଶକ୍ତିର ଉଦାହରଣ ଦେଖିଥିଲା। ଭାରତୀୟ ସେନା ହାଇଦ୍ରାବାଦକୁ ଅନେକ ଅତ୍ୟାଚାରରୁ ମୁକ୍ତ କରି ସେମାନଙ୍କ ଅଧିକାରକୁ ରକ୍ଷା କରି ଭାରତର ଗୌରବକୁ ପୁଣି ସ୍ଥାପିତ କରିଥିଲା।
ଦେଶର ଏତେ ବଡ ଉପଲବ୍ଧିକୁ, ସେନାଙ୍କ ଏହି ବୃହତ୍ତ କାର୍ଯ୍ୟକୁ ଅନେକ ବର୍ଷ ବିତି ଯାଇଛି। ବିଜେପି ସରକାର ୧୭ ସେପ୍ଟେମ୍ବରର ହାଇଦ୍ରାବାଦର ଘଟଣାକୁ ଅମର କରିଛି ।

ଅକ୍ଟୋବରରେ ଏହି ୪ ରାଶିଙ୍କୁ କୋଟିପତି କରିବ ବୁଧଙ୍କ ଖାସ୍‌ ଚଳନ : ଧନ ଠାରୁ ଆରମ୍ଭ କରି ସୁନାରେ ଭର୍ତ୍ତି ହେବ ଆଲମିରା..

ଭିଭୋ ୱାଇ୩୧ ୫ଜି ସିରିଜ୍‌ ହେଲା ଲଞ୍ଚ : ରହିଛି ଜବରଦସ୍ତ ଫିଚର୍‌, ଦାମ୍‌ ମାତ୍ର ଏତିକି..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories