www.samajalive.in
Sunday, December 14, 2025
17.1 C
Bhubaneswar

ମେଗା ବୃକ୍ଷରୋପଣ ଅଭିଯାନ

କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟ ଏନ୍ ଏସ ଏସ ବ୍ୟୁରୋ ଦ୍ବାରା ଏକ ମେଗା ବୃକ୍ଷ ରୋପଣ ଅଭିଯାନ “ଏକ ପେଡ ମାଆ କେ ନାମ” ଅନୁଷ୍ଠିତ ହୋଇଥିଲା। ବିଶ୍ଵବିଦ୍ୟାଳୟ ପିଜି କାଉନସିଲର ଚେୟାରମାନ ପ୍ରଫେସର ଧର୍ମବ୍ରତ ମହାପାତ୍ର ବୃକ୍ଷ ରୋପଣ କରି ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଭିଯାନର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଶତାଧିକ ଏନ୍ ଏସ ଏସ ସ୍ବେଚ୍ଛାସେବୀ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରୀ ସତ୍ୟ ସାଇ ସେବା ସଂଗଠନର କଟକ ଜିଲ୍ଲା ସଭାପତି ଶ୍ରୀ ବିଚିତ୍ରାନନ୍ଦ ମହାନ୍ତି ବିଶେଷ ଅତିଥି ଭାବେ ଯୋଗ ଦେଇ ପ୍ରତ୍ୟେକ ବୃକ୍ଷକୁ ” ପ୍ରେମ ତରୁ” ଭାବେ ଶ୍ରଦ୍ଧାର ସହ ରୋପଣ କରି ଯତ୍ନ ନେବା ପାଇଁ ସ୍ବେଚ୍ଛାସେବୀ ମାନଙ୍କୁ ପ୍ରେରଣା ଦେଇଥିଲେ। କାର୍ଯ୍ୟକ୍ରମକୁ ଏନ୍ ଏସ ଏସ ସଂଯୋଜକ ଡକ୍ଟର ବି ସି ଦାସ, କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶିବ ଶଙ୍କର ସାହୁ, କାଶ୍ମୀରା ମୂର୍ମୂ , ରୋଜୀ ମେହେର ପରିଚାଳନା କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories