ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୁଧବାର ଅର୍ଥାତ୍ ବିଶ୍ୱକର୍ମା ପୂଜାରେ ଜନ୍ମ ଉତ୍ସବ। ଆଜି ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶରର ଧାର୍ରେ ନିଜର ଅଭିଭାଷଣ ଦେବା ସମୟରେ ପାକିସ୍ତାନ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ପାକିସ୍ତାନର ଆତଙ୍କବାଦୀ ପହଲଗାଓଁ ଆକ୍ରମଣରେ ଦେଶର ଝିଅଙ୍କ ସିନ୍ଦୂର ଲିଭାଇଥିଲେ । ଏହାର ପ୍ରତିଶୋଧ ନେଇ ଆମେ ଅପରେସେନ୍ ସିନ୍ଦୂରରେ ଆତଙ୍କବାଦୀଙ୍କ ଠିକଣାକୁ ଧ୍ୱଂସ କରିଛୁ । ବୀର ଯବାନମାନେ ଆଖି ପିଛୁଳାକେ ପାକିସ୍ତାନକୁ ଧୂଳି ଚଟାଇଥିଲେ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ନୂଆ ଭାରତ କୌଣସି ପରମାଣୁ ଧମକରେ ଭୟ କରେ ନାହିଁ। ଘରେ ପଶି ମାରିପାରିବ। ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ଧାରରେ ‘ସୁସ୍ଥ ନାରୀ ସଶକ୍ତ ପରିବାର’ ଓ ‘ଅଷ୍ଟମ ରାଷ୍ଟ୍ରୀୟ ପୋଷଣ ମାସ’ ଅଭିଯାନର ଶୁଭାରମ୍ଭ କରିବା ଅବସରରେ ଏହା କହିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଅବସରରେ ଆହୁରି ମଧ୍ୟ କହିଛନ୍ତି, ଆଜିର ଦିନରେ ହିଁ ଦେଶ ସର୍ଦ୍ଦାର ପଟେଲଙ୍କ ଦୃଢ ଇଚ୍ଛାଶକ୍ତିର ଉଦାହରଣ ଦେଖିଥିଲା। ଭାରତୀୟ ସେନା ହାଇଦ୍ରାବାଦକୁ ଅନେକ ଅତ୍ୟାଚାରରୁ ମୁକ୍ତ କରି ସେମାନଙ୍କ ଅଧିକାରକୁ ରକ୍ଷା କରି ଭାରତର ଗୌରବକୁ ପୁଣି ସ୍ଥାପିତ କରିଥିଲା।
ଦେଶର ଏତେ ବଡ ଉପଲବ୍ଧିକୁ, ସେନାଙ୍କ ଏହି ବୃହତ୍ତ କାର୍ଯ୍ୟକୁ ଅନେକ ବର୍ଷ ବିତି ଯାଇଛି। ବିଜେପି ସରକାର ୧୭ ସେପ୍ଟେମ୍ବରର ହାଇଦ୍ରାବାଦର ଘଟଣାକୁ ଅମର କରିଛି ।
ଭିଭୋ ୱାଇ୩୧ ୫ଜି ସିରିଜ୍ ହେଲା ଲଞ୍ଚ : ରହିଛି ଜବରଦସ୍ତ ଫିଚର୍, ଦାମ୍ ମାତ୍ର ଏତିକି..



