www.samajalive.in
Monday, December 8, 2025
14.1 C
Bhubaneswar

ବିହାର କଂଗ୍ରେସକୁ ବଡ ଝଟ୍‍କା: ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମାଙ୍କ ଏଆଇ ଭିଡ଼ିଓ ହଟାଇବାକୁ ନିର୍ଦ୍ଦେଶ

ସମାଜ ଡିଜିଟାଲ ଡେସ୍କ: ପାଟନା ହାଇକୋର୍ଟରୁ ବିହାର କଂଗ୍ରେସକୁ ଲାଗିଛି ବଡ ଝଟକା । ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ଏଆଇ ଦ୍ୱାରା ନିର୍ମିତ ଭିଡ଼ିଓ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସମ୍ପ୍ରତି କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ସ୍ୱର୍ଗତ ମାଆ ହୀରା ବେନ୍‍ଙ୍କ ଏକ ଏଆଇ ଭିଡ଼ିଓ ତିଆରି କରି ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲା । ଆଜି ଏହି ମାମଲାରେ ପାଟନା ହାଇକୋର୍ଟରେ ଶୁଣାଣି ସମୟରେ କୋର୍ଟ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ପାଟନା ହାଇକୋର୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ବିଚାରପତି ପିବି ବଜନ୍ତରୀ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରୁ ଭିଡ଼ିଓ ହଟାଇବାକୁ କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି ।

ବିହାର କଂଗ୍ରେସ ନିଜର ଏକ୍ସ ପ୍ଲାଟଫର୍ମରେ ଏକ ଭିଡ଼ିଓ ଜାରି କରିଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସ୍ୱର୍ଗତ ମାଆଙ୍କୁ ସ୍ୱପ୍ନରେ ଦେଖାଯାଉଛି ଏବଂ ବିହାରରେ ତାଙ୍କ ରାଜନୀତିକୁ ସମାଲୋଚନା କରାଯାଉଛି । ଏହି ଭିଡିଓ ଭାଇରାଲ ହେବା ପରେ ବିଜେପି କଂଗ୍ରେସ ଦଳକୁ ଟାର୍ଗେଟ କରିଥିଲା । ଏହା ଲଜ୍ଜାଜନକ ବୋଲି କହିବା ସହ କଂଗ୍ରେସ ଦଳ ଏହି ବିଷୟକୁ ନେଇ ସ୍ପଷ୍ଟ କରି କହିଥିଲା ଯେ ଭିଡ଼ିଓରେ ପ୍ରଧାନମନ୍ତ୍ରୀ କିମ୍ବା ତାଙ୍କ ମାଆଙ୍କ ପ୍ରତି କୌଣସି ଅସମ୍ମାନ ଦେଖାଯାଇ ନାହିଁ । କଂଗ୍ରେସ ନେତା ପବନ ଖେରା ପଚାରିଥିଲେ ଯେ ଭିଡ଼ିଓକୁ ନେଇ ସେମାନଙ୍କର କ’ଣ ଆପତ୍ତି ଅଛି । ଭିଡ଼ିଓ ବିଷୟରେ କହିବାକୁ ଗଲେ ସେ କହିଛନ୍ତି କେବଳ ଜଣେ ମାଆ ତାଙ୍କ ପୁଅକୁ ଠିକ୍‍ ଶିଖାଇବାକୁ ଚେଷ୍ଟା କରୁଥିବାରୁ ଏଥିରେ ଅସମ୍ମାନ କେଉଁଠି?

- Advertisement -

ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଜେଡିୟୁ ନେତା ନୀରଜ କୁମାର କହିଛନ୍ତି ‘ପାଟନା ହାଇକୋର୍ଟ ପ୍ରଧାନମନ୍ତ୍ରୀଙ୍କ ସ୍ୱର୍ଗତ ମାଆଙ୍କ ଏକ ମନଗଢା ଭିଡ଼ିଓକୁ ସୋସିଆଲ ମିଡ଼ିଆରୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସେମାନଙ୍କ ପାଇଁ ଏକ ଆଇନା, ଯେଉଁମାନେ ଦାବି କରୁଛନ୍ତି ଯେ ସମ୍ବିଧାନ ସଙ୍କଟନରେ ଅଛି । ଯଦି ସମ୍ବିଧାନ ଏବଂ ନ୍ୟାୟପାଳିକା ଅଛି, ତେବେ କାହାର ମା କିମ୍ବା ବାପାଙ୍କ ବିଷୟରେ ଏପରି ଆପତ୍ତିଜନକ ମନ୍ତବ୍ୟ ଦେବା ଆଇନ ଅନୁଯାୟୀ ଏକ ଅପରାଧ ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories