www.samajalive.in
Monday, December 15, 2025
24.1 C
Bhubaneswar

ରାସ୍ତା ନଥିବାରୁ ୧ କି.ମି. ଚାଲିଲେ ଗର୍ଭବତୀ

ଲାଞ୍ଜିଗଡ଼ : ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ। ଫଳରେ ରାତି ଅଧରେ ବାଧ୍ୟ ହୋଇ ପରିବାର ଲୋକେ ଗର୍ଭ ଯନ୍ତ୍ରଣାରେ ଛଟପଟ ହେଉଥିବା ଜଣେ ଆସନ୍ନ ପ୍ରସବା ମହିଳାଙ୍କୁ ଦୀର୍ଘ ୧ କିମି କାଦୁଅ ରାସ୍ତାରେ ଚଲାଇ ଚଳାଇ ଆମ୍ବୁଲାନ୍ସ ଯାଏଁ ନେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାଟି ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ବିଜେପୁର ନିକଟସ୍ଥ ମେଲବାଲି ବଣ୍ଡେଲ ଗାଁରେ। ଏହି ଗାଁର ଆସନ୍ନ ପ୍ରସବା କାଞ୍ଚ ମାଝୀଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ସୋମବାର ବିଳମ୍ବିତ ରାତିରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଫୋନ ପରେ ଆମ୍ବୁଲାନ୍ସ ଆସିଲା ସିନା ରାସ୍ତା ଖରାପ ଥିବାରୁ ଗାଁକୁ ଯାଇ ପାରିଲାନି। ଫଳରେ କାଞ୍ଚଙ୍କ ସ୍ୱାମୀ ମିଶ୍ର ମାଝୀଙ୍କ ସହିତ ତାଙ୍କ ସମ୍ପର୍କୀୟ ଚାଉଳଦେଇ ମାଝୀ, ଦୁନ୍ଦି ମାଝୀ, ମାଳି ମାଝୀ, ଲୋଚନ ମାଝୀ ପ୍ରମୁଖ ତାଙ୍କୁ ବଡ଼ କଷ୍ଟରେ କାଦୁଅ ପଚପଚ ରାସ୍ତାରେ ଚଲାଇ ଚଲାଇ ନେଇ ଆମ୍ବୁଲାନ୍ସ ଯାଏଁ ପହଞ୍ଚାଇଥିଲେ। ସେଠାରୁ ତାଙ୍କୁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହ ପୁର ଡାକ୍ତରଖାନା ନିଆଯାଇଥିବା ଜଣାପଡିଛି। ତେବେ ବ୍ଲକର ବିଭିନ୍ନ ଅଞ୍ଚଳରେ ରାସ୍ତା ସମସ୍ୟା ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଥିବାବେଳେ ଲୋକଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି। ଏପରିକି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ୫୦ରୁ ଉର୍ଦ୍ଧ୍ଵ ରାସ୍ତା ସଂପୂର୍ଣ୍ଣ ଉଜୁଡିଯାଇଥିବାବେଳେ ବିଭାଗ ନୀରବଦ୍ରଷ୍ଟା ସାଜିଛି। ଏହାକୁ ନେଇ ସାମ୍ବାଦିକ ସଂଗଠନ ଲାଞ୍ଜିଗଡ଼ ପ୍ରେସ କ୍ଳବ ଆନ୍ଦୋଳନ ଡାକରା ଦେଇଥିବାବେଳେ ଏହାକୁ ବ୍ଲକର ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନ ବିଭିନ୍ନ ଅଞ୍ଚଳର ଲୋକେ ସମର୍ଥନ କରିବାକୁ ଆଗେଇ ଆସୁଥିବା ଦେଖିବାକୁ ମିଳିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories