www.samajalive.in
Sunday, December 14, 2025
23.1 C
Bhubaneswar

୨ ବର୍ଷ ହେଲାଣି ଭାଙ୍ଗିଲାଣି କଲଭର୍ଟ, ହେଉନି ମରାମତି

ଫୁଲବାଣୀ : ଫୁଲବାଣୀ ବ୍ଲକ ଅନ୍ତର୍ଗତ ତେରାଗୁଡା ଗ୍ରାମର ସାଲୁଁକି ନଦୀ ଉପରେ ନିର୍ମିତ କଲଭର୍ଟ ଦୁଇ ବର୍ଷ ହେଲା ପ୍ରବଳ ବର୍ଷାରେ ଭାଙ୍ଗି ଯାଇଥିଲା । ଏହି କଲଭର୍ଟଟି ଫୁଲବାଣୀ ବ୍ଲକ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟାଳୟଠାରୁ ପ୍ରାୟ ଦୁଇ କିମି ଦୂରରେ ଥିବା ତେରାଗୁଡା ଗ୍ରାମ ଦେଇ ଯାଇଥିବା ସାଲୁଁକି ନଦୀରେ ନିର୍ମିତ ହୋଇଥିଲା । ଏହି କଲଭର୍ଟଟି ତେରାଗୁଡା ଗ୍ରାମ ଓ ପୋଲିସ ବାରକ, ସାଲୁଁକି ସାହି, ଇରିଗେଶନ  କଲୋନୀ, ଦଧିବାମନ ସାହିର ଲୋକ ନିର୍ଭର କରୁଥିଲେ । ବିଶେଷ କରି କୋଭିଡ ସମୟରେ ଆମ୍ବୁଲାନ୍ସ ଯାଉଥିଲା । ନିକଟରେ ଥିବା ମହାବିଦ୍ୟାଳୟର ଯେବେ କିଛି ଅଘଟଣ ଘଟେ ପୋଲିସ ତୁରନ୍ତ ତେରାଗୁଡା ଗ୍ରାମଦେଇ ସହଜରେ ପହଞ୍ଚିଥାଏ । ମାଓବାଦୀ ପ୍ରଭାବିତ ଅଞ୍ଚଳ ପାଇଁ ପୋଲିସକୁ ବାଇପାସ ରାସ୍ତାରେ ଯିବା ସହାୟକ ହୋଇଥାଏ । କିନ୍ତୁ ଦୁଇ ବର୍ଷ ହେଲା ଏହି କଲଭର୍ଟର ମରାମତି ଆବଶ୍ୟକ ଥିବାବେଳେ ତାହା ହୋଇପାରୁନି । ତୁରନ୍ତ ଏହାର ମରାମତି ପାଇଁ ସାଧାରଣରେ ଦାବି ହେଉଛି ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories