www.samajalive.in
Monday, December 15, 2025
24.1 C
Bhubaneswar

ବାଲେଶ୍ୱର ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ଦିଲ୍ଲୀରେ ବର୍ଷିଲା କଂଗ୍ରେସ

ସମାଜ ଡିଜିଟାଲ ଡେସ୍କ: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାକୁ ନେଇ ସୋମବାର ଦିଲ୍ଲୀରେ ବର୍ଷିଛି କଂଗ୍ରେସ। ମହିଳା କଂଗ୍ରେସ ଅଧ୍ୟକ୍ଷ ଅଳକା ଲମ୍ବା ଏବଂ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରି ଘଟଣା ନେଇ ଖୁବ୍ ବର୍ଷିବାସହ ରାଜ୍ୟ ସରକାରଙ୍କୁ ଦୋଷାରୋପ କରିଛନ୍ତି। ଯେଉଁଠି ବିଜେପିର ଡବଲ ଇଞ୍ଜିନ ସରକାର ଅଛି, ସେଠାରେ ଅପରାଧ ଦୁଇଗୁଣିତ ହୋଇଛି ବୋଲି କହିଛନ୍ତି ଅଳକା। ୟୁପି, ବିହାର ଭଳି ଘଟଣା ଓଡ଼ିଶାରେ ଘଟୁଛି ବୋଲି ସେ କହିଛନ୍ତି।

ଅଳକା କହିଛନ୍ତି, ବିହାର, ଉତ୍ତର ପ୍ରଦେଶ, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ରାଜସ୍ଥାନରେ ଅପରାଧ ଶୀର୍ଷରେ ରହିଛି। ଏଠାରେ ବିଜେପି ସରକାର ରହିଛି, ଯାହା ଅପରାଧୀଙ୍କୁ ସମ୍ପୂର୍ଣ୍ଣ ଭାବରେ ସୁରକ୍ଷା ଦେଉଛି। ଏହା ଏକ ବଡ଼ ଚିନ୍ତାର ବିଷୟ। ଓଡ଼ିଶାରେ ବିଜେପି ଶାସନର ଗୋଟିଏ ବର୍ଷରେ ମହିଳାମାନଙ୍କ ବିରୋଧରେ ଅପରାଧ ବୃଦ୍ଧି ପାଇଥିବା କହିଛନ୍ତି ଅଳକା।

- Advertisement -

ଅପରପକ୍ଷେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଛାତ୍ରୀଙ୍କ ପାଇଁ ନ୍ୟାୟ ମାଗିଛନ୍ତି ସୋଫିଆ। ଏହି ମାମଲାରେ ଏକ ନ୍ୟାୟିକ ତଦନ୍ତ ହେବା ଉଚିତ, ଯଦ୍ୱାରା ଦୋଷୀମାନଙ୍କୁ ଦଣ୍ଡ ମିଳିବ। ଯେହେତୁ ଏହା ଏକ ଗମ୍ଭୀର ପ୍ରସଙ୍ଗ ତେଣୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ନୀରବତା ଭାଙ୍ଗି ଓଡ଼ିଶାବାସୀଙ୍କୁ ଉତ୍ତର ଦେବା ଉଚିତ ବୋଲି ସୋଫିଆ କହିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories