www.samajalive.in
Monday, December 8, 2025
27.1 C
Bhubaneswar

ବିଦ୍ୟୁତ୍ ସଂସ୍ପର୍ଶରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଲାଗି ରାଜରାସ୍ତାରେ ପରିବାର  

ଲଡୁଗାଁ : କୋକସରା ଥାନା କୁସୁମଖୁଣ୍ଟି ଗାଁର ଯୁବକଙ୍କ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଛି । କୁସୁମଖୁଣ୍ଟି ଗାଁ ନୂଆପଡ଼ାର ଯୁବକ ଦୁଃଖିଧନ ବେହେରା(୩୨) ପରିବାର ସମସ୍ତଙ୍କୁ ଦୁଃଖ ସାଗରରେ ଭସେଇ ଦେଇ ଚାଲିଗଲେ । ବାପ ଛେଉଣ୍ଡ ହେଇଗଲେ ତିନି ଝିଅ ।  କୁଲି ମଜୁରି କରି ସ୍ତ୍ରୀ ପଦ୍ମା ସହ ତିନି ଝିଅ ନେଇ ପରିବାର ବେଶ୍ ଖୁସିବାସିରେ ଚଳୁଥିଲେ ।  ପଡ଼ିଶା ଘର  ବିଦ୍ୟୁତ  ସଜାଡ଼ିବାକୁ ଯାଇଥିଲେ । ସେହି ସମୟରେ ପାଖ ବିଲରେ ଥିବା ବିଦ୍ୟୁତ୍ ପୋଲରେ ତାର ସଂଯୋଗ କରୁଥିବା ସମୟରେ ଛିଣ୍ଡା ତାର ସଂସ୍ପର୍ଶରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟପଟେ ଗ୍ରାମବାସୀ ରବିବାର  ସନ୍ଧ୍ୟା ୬ଟା ସମୟରୁ ଜାତୀୟ ରାଜପଥ ୨୬ କୁ ଅବରୋଧ କରିବା ସହ ମୃତକ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି । କଳାହାଣ୍ଡି  ଜୟପୁର ଯାତାୟାତ ଠପ ରହିଥିବା ବେଳେ  ରାସ୍ତା ଦୁଇ କଡରେ ଯାତ୍ରୀବାହୀ ବସ ଓ ଅନ୍ୟ ଗାଡିମୋଟର ଅଟକି ରହିଛି। ଘଟଣାସ୍ଥଳରେ କୋକସରା ପୋଲିସ  ଓ ରାସ୍ତା ଅବରୋଧରେ ବସିଥିବା ଲୋକଙ୍କ ମଧ୍ୟରେ ଆଲୋଚନା ଜାରି ରହିଛି ।  କ୍ଷତିପୂରଣ ଦାବିରେ  ପରିବାର  ଅଡି ବସିଛନ୍ତି । ତେବେ  କିଛି ଲୋକ ଟାଟା ପାୱାର କାର୍ଯ୍ୟଳୟ ଗାଁରେ ରହିଥିବା ବେଳେ ବିତ୍ୟୁତ୍ ସଂଯୋଗୀକରଣରେ ଅବହେଳା ଓ ଜନୈକ ବିଦ୍ୟୁତ୍ ଉପଭୋକ୍ତାଙ୍କ ବିଭାଗୀୟ କର୍ମଚାରୀ ପ୍ରତି ବଦଳରେ ଦୁଃଖିଧନକୁ ଡାକିବା କଥାକୁ ଦାୟୀ କରିଛନ୍ତି ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories