ନୂଆଦିଲ୍ଲୀ : ବର୍ତ୍ତମାନ ସଭିଁଙ୍କ ପାଇଁ ସ୍ମାର୍ଟଫୋନ୍ ଦୁର୍ବଳତା ପାଲଟିଛି । ଏବେ ଖୁବ୍ କମ୍ ଦାମ୍ରେ ବଜାରକୁ ଆସିବାକୁ ଯାଉଛି ୫ଜି ସ୍ମାର୍ଟଫୋନ୍ । ଯାହାର ଲୁକ୍ ଆକର୍ଷଣୀୟ ହେବା ସହ ଫିଚର ମଧ୍ୟ ଜବରଦସ୍ତ ରହିଛି ।
ଭାରତରେ ଆସନ୍ତାକାଲି ଅର୍ଥାତ୍ ୮ ଜୁଲାଇରେ ଏକ ନୂଆ ବ୍ରାଣ୍ଡ୍ ପ୍ରବେଶ କରିବାକୁ ଯାଉଛି । ଏହାର ନାମ ଏଆଇ+ । ଏହି ବ୍ରାଣ୍ଡ୍ ୨ଟି ଶସ୍ତା ହ୍ୟାଣ୍ଡ୍ସେଟ୍ ଆଣୁଛି ।
ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଏଆଇ+ର ହ୍ୟାଣ୍ଡସେଟ୍ ତାଲିକାରେ ରହିଛି । ଜୁଲାଇ ୮ ମଧ୍ୟାହ୍ନ ୧୨ଟା ୩୦ରେ ଏହି ଫୋନ୍ ଲଞ୍ଚ କରାଯିବ ।
ଏଆଇ+ ଭାରତରେ ୨ଟି ହ୍ୟାଣ୍ଡ୍ସେଟ୍ ଲଞ୍ଚ କରିବାକୁ ଯାଉଛି । ଯାହାର ନାମ ହେଉଛି, ଏଆଇ+ପ୍ଲସ୍, ଏଆଇ+ ନୋଭା ୫ଜି ।
ଆଉ ୨ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଧନୀ, ହଠାତ୍ ମିଳିବ ବଡ ଖୁସି,ସଫଳତା..
ଫ୍ଲିପକାର୍ଟରେ ଏହାର ଦାମ୍ ୫ ହଜାର ଟଙ୍କା ବୋଲି ଜଣାପଡିଛି ।
ଏଆଇ+ପ୍ଲସ୍ରେ ଡୁଆଲ ରିୟର କ୍ୟାମେରା, ଏଥିରେ ୫୦ ଏମ୍ପିର ପ୍ରାଇମେରି କ୍ୟାମେରା ଦିଆଯାଇଛି ।
ଏଆଇ+ପ୍ଲସ୍କୁ ୫ଟି ରଙ୍ଗରେ ଉପଲବ୍ଧ କରାଯାଇଛି । ଏଥିରେ ୫୦୦୦ଏମଏଏଚ ବ୍ୟାଟେରୀ ମଧ୍ୟ ରହିଛି ।
୨ଟି ଭାରିଆଣ୍ଟରେ ଏକାଭଳି କ୍ୟାମେରା, ବ୍ୟାଟେରୀ ଓ ୧ଟିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ରହିଛି । ଲଞ୍ଚ ହେବା ପରେ ଫୋନ୍ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜଣାପଡିବ ।
ଏଆଇ+ର ନୋଭା ୫ଜିରେ ୫୦ ଏମ୍ପିର ଡୁଆଲ୍ ରିୟର କ୍ୟାମେରା ସେଟ୍ଅପ୍ ମିଳିବ । ଯାହା ଏଆଇ ସପୋର୍ଟ ସହ ଆସୁଛି ।
ଏଆଇ+ ବ୍ରାଣ୍ଡ୍ର ଏହି ୨ଟି ହ୍ୟାଣ୍ଡ୍ସେଟ୍ NxtQuantum OSରେ କାମ କରିବ। ଯାହା ଆଣ୍ଡରଏଡ୍ ୧୫ ଉପରେ ଆଧାରିତ। ଏହା ବୋଲ୍ଟୱାୟାର-ଫ୍ରି ହେବ । ଏଥିରେ ଏଆଇର ଅନେକ ଫିଚର ମିଳିବ ।
ଦେଖନ୍ତୁ ଭୟଭୀତ କରିବ ଦୃଶ୍ୟ; ଦ୍ରୁତ ଗତିରେ ଆସୁଥିଲା ଟ୍ରେନ୍, ଧାରଣାରେ ଶୋଇଲେ ନାବାଳକ, ତା’ପରେ..



