www.samajalive.in
Monday, December 15, 2025
26.1 C
Bhubaneswar

ଯୁକ୍ତ ଦୁଇ କଟ୍ ଅଫ୍ : କଳା, ବିଜ୍ଞାନ, ବାଣିଜ୍ୟରେ ଆଗରେ ରେଭେନ୍ସା

କଟକ: ପ୍ରକାଶ ପାଇଲା ଯୁକ୍ତ ଦୁଇ କଟ୍ ଅଫ୍ ମାର୍କ। ତେବେ କଟ୍ ଅଫ୍ ମାର୍କରେ ଆଗରେ ରହିଛି  ରେଭେନ୍ସା ବିଶ୍ଵ ବିଦ୍ୟାଳୟ। କଳାରେ ୮୧.୩୩ ପ୍ରତିଶତ, ବିଜ୍ଞାନରେ ୯୧.୮୩ ପ୍ରତିଶତ ଓ ବାଣିଜ୍ୟରେ ୮୦.୨୦ ପ୍ରତିଶତ କଟ୍ ଅଫ୍ ମାର୍କ ରହିଛି।

ସୂଚନା ଅନୁଯାୟୀ, ସାମ୍ସ ପୋର୍ଟାଲ ଜରିଆରେ ଗତ ମେ’ ୨୪ ତାରିଖରୁ +୨ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଥିଲା। ଆବେଦନର ଶେଷ ତାରିଖ ଜୁନ ୩୦ ରାତି ରହିଥିଲା। ରାଜ୍ୟରେ ମୋଟ ୨୪୧୫ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୫ ଲକ୍ଷ ୬୮ ହଜାର ୫୬୭ ଆସନ ରହିଛି। ନାମଲେଖା ପାଇଁ ୪ ଲକ୍ଷ ୭୪ ହଜାର ୮୮୧ ଜଣ ପଞ୍ଜୀକରଣ କରିଥିବାବେଳେ ୪ ଲକ୍ଷ ୪୬ ହଜାର ୨୦୬ ଜଣ ଅନଲାଇନ‌ରେ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୪୧ ହଜାର ୫୪୭ ଜଣ ଦେୟ ପୈଠ କରିଥିଲେ।

- Advertisement -

ଆଜି ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଥିବା ଛାତ୍ରଛାତ୍ରୀ ୮ରୁ ୧୪ ତାରିଖ ମଧ୍ୟରେ ନାମ ଲେଖାଇବେ। ୨୧ ତାରିଖରେ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇବ। ଏହି ପର୍ଯ୍ୟାୟରେ ନାମଲେଖା ୨୩ରୁ ୨୮ ମଧ୍ୟରେ ଅନୁଷ୍ଠିତ ହେବ। ସ୍ପଟ୍ ମେଧା ତାଲିକା ଅଗଷ୍ଟ ୭ ତାରିଖରେ ପ୍ରକାଶ ପାଇବ। ଅଗଷ୍ଟ ୮ରୁ ୧୩ ମଧ୍ୟରେ ନାମଲେଖା ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଛି। ଜୁଲାଇ ୨୪ରୁ ଏକାଦଶ ଶ୍ରେଣୀ ପାଠପଢ଼ା ହେବ।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories