ଓ୍ବାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମତଭେଦ ମଧ୍ୟରେ ଟେସ୍ଲା ମାଲିକ ଏଲନ ମସ୍କ ଆମେରିକା ପାର୍ଟି ନାମକ ଏକ ନୂତନ ରାଜନୈତିକ ଦଳ ଗଠନ ନେଇ ଘୋଷଣା କରିଛନ୍ତି। ଏବେ ଏହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଟ୍ରମ୍ପ। ଏହାକୁ ଏକ ମୂର୍ଖତାପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି ଟ୍ରମ୍ପ। ଏଥିସହ ସେ କହିଛନ୍ତି, ଆମେରିକାରେ ଦୁଇ ଦଳୀୟ ପରମ୍ପରା ରହିଛି। ତେଣୁ ଏଠାରେ ତୃତୀୟ ଦଳ ଗଠନ କରିବା କେବଳ ଦ୍ୱନ୍ଦ୍ୱ ସୃଷ୍ଟି କରିବ।
ତୃତୀୟ ଦଳ ଗଠନ କରିବା ମୂର୍ଖାମୀ- ଟ୍ରମ୍ପ
ସାମ୍ବାଦିକମାନଙ୍କ ସହ ଆଲୋଚନା ସମୟରେ ଟ୍ରମ୍ପ କହିଛନ୍ତି, ‘‘ଆମେ ରିପବ୍ଲିକାନ୍ ପାର୍ଟି ସହିତ ବହୁତ ସଫଳତା ହାସଲ କରିଛୁ। ଏଠାରେ ସର୍ବଦା ଦୁଇ ଦଳୀୟ ବ୍ୟବସ୍ଥା ରହିଆସିଛି। ତୃତୀୟ ଦଳ ଗଠନ କରିବା କେବଳ ଦ୍ୱନ୍ଦ୍ୱ ସୃଷ୍ଟି କରିବ। ମସ୍କ ଏହା ମଜା ପାଇଁ କରିପାରନ୍ତି, କିନ୍ତୁ ଏହି ପଦକ୍ଷେପ ମୋତେ ମୂର୍ଖାମୀ ପରି ମନେ ହେଉଛି। ଏଠାରେ ସୂଚନାଯୋଗ୍ୟ, ଏଲନ ମସ୍କ ଏଭଳି ସମୟରେ ନୂଆ ଦଳ ଗଠନ ନେଇ ଘୋଷଣା କରିଛନ୍ତି, ଯେଉଁ ସମୟରେ ଆମେରିକାରେ ୨୦୨୬ ନିର୍ବାଚନକୁ ନେଇ ରାଜନୈତିକ ତାତି ବୃଦ୍ଧି ପାଉଛି ଏବଂ ରାଜନୈତିକ କଳ୍ପନା ଜଳ୍ପନା ଜୋର ଧରିଛି।
#WATCH | On Elon Musk launching 'America Party', US President Donald Trump says, "It is ridiculous to start a third party. We have had tremendous success with the Republican Party…It has always been a two-party system. Starting a third party adds to confusion…He can have fun… pic.twitter.com/Ly67YKzqYu
— ANI (@ANI) July 6, 2025
ଶନିବାର ମସ୍କ ଅନେକ ସୋସିଆଲ ମିଡିଆ ପୋଷ୍ଟରେ ବର୍ତ୍ତମାନର ରାଜନୈତିକ ବ୍ୟବସ୍ଥାକୁ ତୀବ୍ର ସମାଲୋଚନା କରିଥିଲେ ଏବଂ କହିଥିଲେ ଯେ, ‘‘ଆମେ ଗଣତନ୍ତ୍ରରେ ନୁହେଁ, ଏକ ଦଳୀୟ ବ୍ୟବସ୍ଥାରେ ରହୁଛୁ।’’ ରିପବ୍ଲିକାନ୍ ପାର୍ଟି ଏବଂ ଡେମୋକ୍ରାଟିକ୍ ପାର୍ଟିକୁ ଟାର୍ଗେଟ କରି ମସ୍କ ଲେଖିଛନ୍ତି, ‘‘ଆମେ ଲାଲ ଦେଖିଲେ, ନୀଳ ଦେଖିଲେ, କିନ୍ତୁ ଏବେ ଆମେରିକା କିଛି ନୂଆ ପାଇଁ ପ୍ରସ୍ତୁତ, ଯାହା ପ୍ରକୃତରେ କାମ କରିବ। ଆମେରିକା ପାର୍ଟି- ଏବେ ମଧ୍ୟବିତ୍ତ ବର୍ଗର ମଧ୍ୟ ସ୍ୱର ରହିବ।’’ ମସ୍କ ଏକ ପୋଷ୍ଟରେ ଲେଖିଛନ୍ତି, ‘‘ନୀରବ ଭୋଟଦାତା ବର୍ଗ ଆଉ ନୀରବ ନାହାନ୍ତି। ଏହା ସେହି ମୁହୂର୍ତ୍ତ, ଯେତେବେଳେ ସବୁକିଛି ବଦଳିଯିବ। ଆମେରିକା ପାର୍ଟି ଏବେ ଆସିଯାଇଛି, ଏହା ହେଉଛି ସେହି ବ୍ୟବସ୍ଥାର ଜବାବ, ଯାହା ଲୋକଙ୍କ କଥା ଶୁଣିବା ବନ୍ଦ କରିଦେଇଛି।’’



